ଭିଜିଲାନ୍ସ ଜାଲରେ ଦମ୍ପତ୍ତି, ଏକକାଳୀନ ୫ଟି ସ୍ଥାନରେ ଚଢାଉ

Published By : Prameya-News7 Bureau | August 30, 2019 IST

ଭଣ୍ଡାରିପୋଖରୀ ୩୦।୮: ଭିଜିଲାନ୍ସ ଜାଲରେ ଦମ୍ପତ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଙ୍ଗୀତା ଖଣ୍ଡେଇ ଏବଂ ତାଙ୍କ ସ୍ବାମୀ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଲେଶ୍ବର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି ।

{"id":150773}

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବା ସୂଚନା ମିଳିଛି । ଉଭୟଙ୍କ ପୈତୃକ ଘର, ଇଟା ଫ୍ୟାକ୍ଟ୍ରି, ଫାର୍ମହାଉସ, ସେବା ସମବାୟ ସମିତି ଓ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.