ପର ଘରେ ବିତୁଛି ଜୀବନ, ସରକାରୀ ଯୋଜନା ପାଲଟିଛି ସାତସପନ

Published By : Prameya-News7 Bureau | March 04, 2021 IST

ନୀଳଗିରି ୪।୩: ସରକାରୀ ଯୋଜନା ପାଲଟିଛି ସାତ ସପନ । ଘରକୁ ଦେଖିଲେ କେହି ବିଶ୍ବାସ କରିବେ ନାହିଁ ମଣିଷ ଏଠି ମଣିଷ ରହି ପାରିବ । ତଥାପି ମୁଁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ଏହି ଦମ୍ପତ୍ତି । ଆଉ ବର୍ଷା ହେଲେ ବାଧ୍ୟ ହୋଇ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ଏଭଳି ଦୃଶ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଅଯୋଧ୍ୟା ଗ୍ରାମରେ ଦେଖିବାକୁ ମିଳିଛି ।

ଗାଁର ୧୦ ନମ୍ବର ୱାର୍ଡର ଚିତ୍ତରଞ୍ଜନ ବେହେରା ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଉଭୟ ଦମ୍ପତ୍ତି ଏକ ଟାଇଲ ଛପର ଘରେ ରହୁଥିଲେ । ତାଙ୍କର ୮ ବର୍ଷର ଝିଅଟି ଅଛି । ଚିତ୍ତରଞ୍ଜନ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଯାହା କିଛି ରୋଜଗାର କରନ୍ତି ପେଟ ପୁରାଇବା କଷ୍ଟ ହୋଇପଡେ । ଆର୍ଥିକ ଅନଟନରେ ସବୁବେଳେ ରହୁଥିବା ପରିବାରର ରକ୍ଷଣାବେକ୍ଷଣ ଅଭାବରୁ ଟାଇଲ ଛପରଟି ଅଧା ଭୁଶୁଡି ପଡିଥିବା ଦେଖାଯାଇଛି । ଟିକିଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି ଲହଡି ମାରିଥାଏ । ଶୀତ କାକରରେ କୁନି ଝିଅ ସହିତ ସମୟ କଟିଥାଏ । ଆଉ ବର୍ଷା ଦିନରେ ଘର ଭିତରେ ରହିବା ସୁରକ୍ଷିତ ନମଣି ପର ପିଣ୍ଢାରେ ଦିନ କଟିଥାଏ ।

ସରକାରୀ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବାକୁ ବାରମ୍ବାର ଆବେଦନ ପରେ ତାଙ୍କୁ ନିରାଶ ହେବାକୁ ପଡିଥିବା କୁହାଯାଇଛି । ସ୍ବାମୀ ଅସୁସ୍ଥ ହେବା ସତ୍ତ୍ବେ ଶ୍ରମିକ ଭାବେ କାର୍ଯ୍ୟରତ ଥିବାବେଳେ ଘରଟିଏ କରିବାକୁ ତାଙ୍କର ସକ୍ଷମ ନଥିବାରୁ ସରକାରୀ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ସାଧାରଣରେ ସେ ଆକୁଳ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.