ବନ୍ଦ ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କରୋନାରେ ଆକ୍ରାନ୍ତ ଥିଲେ ସ୍ତ୍ରୀ ଓ ପୁଅ

Published By : Prameya-News7 Bureau | April 30, 2021 IST

ନୟାଗଡ ୩୦।୪: ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବନ୍ଦ ଘର ଭିତରୁ ମିଳିଛି ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଗୋଡିମଡା ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

{"id":446463,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗାଁର ଦମ୍ପତ୍ତି ଭିକାରୀ ପାତ୍ର ଏବଂ ଜ୍ୟୋସ୍ନା ପାତ୍ର ଗୁରୁବାର ଦିନ ସାରା ଘରୁ ନବାହାରିବାରୁ ରାତିରେ ସାହିର କିଛି ଲୋକ ଘରର କବାଟ ବାଡେଇଥିଲେ । ହେଲେ ବି କେହି କବାଟ ଖୋଲିନଥିଲେ । ପରେ ଖୋଲାଥିବା ବାଡିପଟ କବାଟ  ପଟେ ଦେଖିବା ପରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଦର୍ପନାରାୟଣପୁର ଫାଣ୍ଡି ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଭିକାରୀଙ୍କ ପୁଅ ପୁରୀରେ ବ୍ୟବସାୟ କରୁଥିବାବେଳେ  ଗତ କିଛି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସିତ ହେଉଛନ୍ତି  । ପୁଅକୁ ଦେଖିବାକୁ ଯାଇ ଫେରିବା ପରେ ଗତ ୨୬ତାରିଖରେ  ଜ୍ୟୋସ୍ନା ମଧ୍ୟ କରୋନା ପଜିଟିଭ ହୋଇଥିଲେ । ପୁଅର ଦେହ ଖରାପ ଏବଂ ନିଜର ଦେହ ଖରାପ ଚିନ୍ତାରେ ଉଭୟ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି  ।ସେପଟେ ଭିକାରୀଙ୍କ ପୁଅ ଚିଟଫଣ୍ଡ କମ୍ପାନୀରେ କାମ କରିବା ସମୟରେ ଆଖପାଖ ଲୋକଙ୍କ ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲେ । ସେହି ଟଙ୍କା ଫେରସ୍ତ ପାଇଁ ଲୋକମାନେ ବିଭିନ୍ନ ସମୟରେ ଭିକାରୀଙ୍କ ଉପରେ ଚାପ ପକାଉଥିଲେ । ଏହା ମଧ୍ୟ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.