Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ହୋମ ନିଆଁରୁ ଆରମ୍ଭ ହୋଇଥିଲା ସଂସାର, ଗୋଟିଏ ଜୁଇରେ ଏକାଠି ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଶରୀର

8/04/2021 at 11:11 AM

ଯାଜପୁର ୮।୪: ହୋମ ନିଆଁରୁ ଆରମ୍ଭ ହୋଇଥିଲା ସଂସାର, ଜୁଇ ନିଆଁରେ ହେଲା ଶେଷ । ଯାତ୍ରା ଇହକାଳରୁ ପରକାଳକୁ । ହୋମ ନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସାଥୀ ହୋଇଥିଲେ । ସତରେ ତାହା ହିଁ ହେଲା । ସଂସାର ସରିଗଲା ପରେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଉଦୟନାଥ ଓ ଅମ୍ବିକା । ଗୋଟିଏ ଜୁଇରେ ଏକାଠି ଜଳିଲା ପତି-ପତ୍ନୀଙ୍କ ଶରୀର । ଯାଜପୁର ଜିଲ୍ଲା ଜୟପୁର ଗାଁ ମଶାଣିରେ ଏହି ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ଚର୍ଚ୍ଚିତ ।

ଉଦୟନାଥ ଷଡଙ୍ଗୀ ଓ ତାଙ୍କ ପତ୍ନୀ ଅମ୍ବିକା ଷଡଙ୍ଗୀ, ମୃତ୍ୟୁ ପରେ ବି ଆଲୋଚନାରେ । ୬୫ ବର୍ଷ ବୟସ୍କ ଉଦୟନାଥ ହରିପୁରରେ ଏକ ହାର୍ଡଓ୍ବାୟର ଦୋକାନ କରିଥିଲେ । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହଠାତ୍ ରାସ୍ତାରେ ଅଚେତ ହୋଇଗଲେ। ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏପଟେ ସ୍ବାମୀଙ୍କ ଅସୁସ୍ଥ ଖବର ଶୁଣି ଅମ୍ବିକା ମଧ୍ୟ ଅଚେତ ହୋଇପଡିବାରୁ ତାଙ୍କୁ କଟକ ନିଆଯାଇଥିଲା ।  ସେହିଠାରେ ହିଁ ହୃଦଘାତରେ ଚାଲିଗଲା ଉଭୟଙ୍କ ଜୀବନ ।

ଉଦୟ-ଅମ୍ବିକା ଏକାଠି ସଂସାର କରିଥିଲେ, ସବୁ ସୁଖ ଦୁଃଖରେ ସାଥୀ ହୋଇ ବାଟ ଚାଲୁଥିଲେ । ସେମିତି ହାତ ଧରା ଧରି ହୋଇ ଚାଲିଗଲେ । ଜନ୍ମ-ମୃତ୍ୟୁ କାହା ହାତରେ ନଥାଏ । କିନ୍ତୁ ଏପରି ମୃତ୍ୟୁ କୋଟିଏରୁ ଗୋଟିଏ ଭାଗ୍ୟରେ ଥିଲେ ମିଳେ । ଉଦୟଙ୍କ ଭାଗ୍ୟରେ ଲେଖା ନଥିଲା ବିପତ୍ନୀକ ଯୋଗ, ଅମ୍ବିକା ବି ଅହ୍ୟସୁଲକ୍ଷଣୀ । ଖରସ୍ରୋତା ନଦୀ କୂଳରେ ଏକାଠି ଜଳିଲା ଦୁହିଁଙ୍କ ଜୁଇ ।

ଭାଗ୍ୟ କି ସଂଯୋଗ ତାହା ତ ଅଲଗା କଥା । କିନ୍ତୁ ଉଦୟ ଓ ଅମ୍ବିକାଙ୍କ ସଂପର୍କ ଓ ପ୍ରେମ ଯେ ଶାଶ୍ବତ ତାହାକୁ ଅସ୍ବୀକାର କରାଯାଇପାରିବନି । ହୋମ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିବା ଉଦୟ ଓ ଅମ୍ବିକାଙ୍କ ଜନ୍ମ ଜନ୍ମର ସଂପର୍କକୁ ବାଟ କଢାଇ ନେଇଛି ଖରଶ୍ରୋତା କୂଳର ଜୁଇ, ଏକଥା ସରୁନି ।

   Related Posts