ଝିଅ ଓ ନାତୁଣୀଙ୍କୁ ଧରି ଫେରିବା ବାଟରେ ଚାଲିଗଲା ବାପା-ମା'ଙ୍କ ଜୀବନ, ଝିଅ-ଜ୍ବାଇଁଙ୍କ ଝଗଡାର ସମାଧାନ ପାଇଁ ଯାଇଥିଲେ

Published By : Prameya-News7 Bureau | December 18, 2020 IST

ନୂଆପଡା ୧୮।୧୨: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ସ୍ବାମୀ ଓ ସ୍ତ୍ରୀଙ୍କ ଜୀବନ । ଅନ୍ୟ ୪ ଜଣ ଗୁରୁତର । ଜାତୀୟ ରାଜପଥ-୩୫୩ ବିଲେଞ୍ଜୋର ଛକ ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କୋମନା ଥାନା ତରବୋଡ ଗାଁର ଗଜିନ୍ଦ୍ର ଦଣ୍ଡସେନା ଓ ସୁଦେସ୍ନା ଦଣ୍ଡସେନା ।

{"id":378818,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ଝିଅ-ଜ୍ବାଇଁଙ୍କ କଳହର ସମାଧାନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଯାଇ ରାତିରେ ଝିଅ ଓ ନାତୁଣୀକୁ ଧରି ଘରକୁ ଫେରୁଥିଲେ । ସେହି ସମୟରେ ଦୁର୍ଘଟଣା ଘଟିଥିଲା । ରାତିରେ କୋମନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ବେଳେ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ରାୟପୁର ସ୍ଥାନାନ୍ତର କରାଯାଇଛି । ୧୧ ବର୍ଷର ଜଣେ ନାବାଳିକାଙ୍କ ସହ ଅନ୍ୟ ୩ ଜଣ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.