ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍, ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

Published By : Prameya-News7 Bureau | August 24, 2020 IST

ଖୋର୍ଦ୍ଧା ୨୪।୮: ଦୁର୍ଘଟଣାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନୂଆ ଜଗନ୍ନାଥ ସଡକର ସିକୋ କଲେଜ ନିକଟରେ ଘଟିଛି ଦୁର୍ଘଟଣା । ମିନି ଟ୍ରକ୍ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି ।

ଗୋଡିମଡା ଗ୍ରାମର ବାବୁଲା ପ୍ରଧାନ ଏବଂ ତାଙ୍କ ପତ୍ନୀ ବାଇକ୍ ଯୋଗେ ଭୁବନେଶ୍ବରରୁ ନିଜ ପୈତୃକ ଗ୍ରାମକୁ ଯାଉଥିଲେ । ସେହି ସମୟରେ ଏକ ମିନି ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ରେ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଉଭୟଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍ କୁ ଜଙ୍କିଆ ପୋଲିସ ଜବତ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.