Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦୁଇ ଦିନ ପରେ ବି ନିଖୋଜ ଦମ୍ପତ୍ତିଙ୍କ ମିଳୁନି ପତ୍ତା : ମିଳିଥିବା ଜୋତା ଓ ଚୁଡି ସହ ରକ୍ତଛିଟାକୁ ନେଇ ବଢୁଛି ସନ୍ଦେହ

9/10/2019 at 11:11 AM

ଉଦଳା ୯।୧୦: ଉଦଳାରେ ଫୁଟବଲ ଖେଳ ଦେଖିବାକୁ ଯାଇ ଦଂପତ୍ତି ନିଖୋଜ ଘଟଣାକୁ ଦୀର୍ଘ ୬୫ ଘଣ୍ଟା ବିତିଲାଣି । ଏଯାଏଁ ସେମାନଙ୍କ ପତ୍ତା ମିଳିନି । ସେମାନେ ମୃତ କି ଜୀବିତ ଜଣାପଡିନି । ଆଜି ପାଣିରେ ବୁଡି ଖୋଜିବେ ପଞ୍ଚମ ବାଟାଲିଅନର ଓଡ୍ରାଫ ଟିମ୍ ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ଅପରାହ୍ନ ୩ଟା ସମୟରେ ସିତାରାମ ସାହି ଗାଁର ସୀତାରାମ ସିଂ ଓ ଲେତ ସିଂ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ଘର ନିକଟ ବିଲରୁ ସୀତାରାମଙ୍କ ଜୋତା ଓ ଲେତଙ୍କ ଚୁଡି ମିଳିବା ସହ ରକ୍ତଛିଟା ଲାଗିଥିବା ଦେଖିବାକୁ ମିଳିଥିଲା ।

ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁରକୁ ଧରି ସ୍ଥାନୀୟ ସୁନେଇ ଡ୍ୟାମରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଡ୍ୟାମ୍ ଭିତରେ ପଶି ବହୁ ଖୋଜାଖୋଜି କରିବା ପରେ ବି କିଛି ପତ୍ତା ପାଇନଥିଲେ ।

ଦୁଇ ଦିନ ଧରି ଅଗ୍ନିଶମ ବିଭାଗ ସହ ପୋଲିସ ମିଳିତ ଭାବରେ ପୁରା ଡ୍ୟାମର ଚାରିପାଖ ଓ ଡ୍ୟାମ୍ ମଧ୍ୟରେ ବୋଟ୍ ସହାୟତାରେ ଖୋଜିଥିଲେ ବି ଦମ୍ପତ୍ତିଙ୍କ ପତ୍ତା ମିଳୁନି । ବିଲରେ ସେମାନଙ୍କର ଚପଲ ଚୁଡି ପଡିଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଗୁଣିଗାରେଡି ସନ୍ଦେହରେ ଗତ ଅଗଷ୍ଟ ୩୧ ରେ ଦମ୍ପତ୍ତିଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାକୁ ଅଧିକ ଜଟିଳ କରିଛି ।

   Related Posts