Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଫୁଟବଲ୍ ଖେଳ ଦେଖିବାକୁ ଯାଇ ଫେରିଲେନି ଦମ୍ପତ୍ତି : ଜଙ୍ଗଲ ପାଖ ବିଲରେ ରକ୍ତ ଛିଟା ସହ ମିଳିଲା ଦମ୍ପତ୍ତିଙ୍କ ଜିନିଷ, ହତ୍ୟା ଅଭିଯୋଗ

8/10/2019 at 9:53 AM

ଉଦଳା ୮।୧୦:  ମୟୂରଭଞ୍ଜ କପ୍ତିପଦା ଥାନା ସୀତାରାମସାହି ଗାଁରେ ଚାଞ୍ଚଲ୍ୟ । ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରିଲେନି ଦମ୍ପତ୍ତି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୋଲିସ ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ରବିବାର ଛତ୍ରାଆମ୍ବ ଅଂଚଳକୁ ଫୁଟବଲ୍ ଖେଳ ଦେଖିବାକୁ ସ୍ବାମୀ ସୀତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ ପରିବାର ସହ ଯାଇଥିଲେ । ହେଲେ ଖେଳ ଦେଖି ଘରରୁ ଅନ୍ୟ ସଦସ୍ୟମାନେ ଫେରି ଆସିଥିଲେ । କିନ୍ତୁ ସ୍ବାମୀ ସୀତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ ଆଉ ଘରକୁ ଫେରିନିଥିଲେ ।

ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଘର ନିକଟସ୍ଥ ଜଙ୍ଗଲ ପାଖ ବିଲରେ ରକ୍ତ ଛିଟା ଦେଖିଥିଲେ । ଆଉ ପାଖରେ ଦମ୍ପତିଙ୍କ ପିନ୍ଧିଥିବା ଜୋତା, ଚୁଡି ଆଦି ଦେଖିବାକୁ ପାଇଥିଲେ । ପରେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପତ୍ତା ମିଳିନଥିଲା । ଶେଷରେ ଏ ନେଇ ପରିବାର ଲୋକେ କପ୍ତିପଦା ଥାନରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ତେବେ ସନ୍ଧାନୀ କୁକୁର ଅନୁସନ୍ଧାନରେ ସ୍ଥାନୀୟ ସୁନେଇ ଡ୍ୟାମ୍ ନିକଟରେ ଯାଇ ଅଟକିବା ପରେ ଉଦଳାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡ୍ୟାମ୍ ମଧ୍ୟରେ ତଲାସି ଆରମ୍ଭ କରିଥିଲେ ସୁଦ୍ଧା କୌଣସି ପତ୍ତା ପାଇ ନଥିଲେ ।

କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ସ୍ଥାନୀୟ ଏକ ଗାଁର ଲୋକ ଗଛରେ ବାନ୍ଧି ମାଡ ମାରିଥିଲେ । ତେଣୁ ସେହି ମାନେ ହିଁ ହତ୍ୟା କରିଥିବା ନିଖୋଜ ଦମ୍ପତିଙ୍କ ଝିଅମାନେ ଅଭିଯୋଗ କରିଛନ୍ତି ।

   Related Posts