ସଂଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ବିବାହ, କନ୍ୟାଦାନ କଲେ ମହିଳା କନେଷ୍ଟବଳ

Published By : Prameya-News7 Bureau | June 23, 2020 IST

ସୋର ୨୩।୬: ମହିଳା କନେଷ୍ଟବଳଙ୍କ ମହାନତା । ପ୍ରେମୀ ଯୁଗଳଙ୍କ କରାଇଲେ ବିବାହ । ଔପଦା ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ବିଦ୍ୟୁତ ପ୍ରଭା ରାଉତ କନ୍ୟାଦାନ କରି ବିବାହ କରାଇଲେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଔପଦା ଥାନା ବଡପୋଖରୀ ଅଞ୍ଚଳର ବାପ ଛେଉଣ୍ଡ ରଶ୍ମୀତା ଓ ଫତେପୁର ପଞ୍ଚାୟତ ଡିମ୍ବିରିଆ ଗ୍ରାମର ଗଣେଶ ହାତି ସୁରଟରେ ଏକାସହ କାମ କରୁଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ବିବାହ କରିବାକୁ ଚାହୁଁଥିଲେ । ମାତ୍ର କରୋନା ଲକ୍ ଡାଉନ୍ ଉଭୟଙ୍କ ବିବାହରେ ବାଧକ ସାଜିଲା । ଲକ୍ ଡାଉନ୍ ଯୋଗୁଁ ଉଭୟ ସୁରଟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମହିଳା କନେଷ୍ଟବଳ ବିଦ୍ୟୁତ୍ ପ୍ରଭାଙ୍କ ସହ ଉଭୟଙ୍କ ପରିଚୟ ହୋଇଥିଲା । ପରେ ଉଭୟ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କୁ ଜଣାଇଥିଲେ । ପରେ ମହିଳା କନେଷ୍ଟବଳ ଜଣଙ୍କ ଉଭୟ ପକ୍ଷଙ୍କ ସହ ଆପୋଷ ଆଲୋଚନା କରିଥିଲେ । ପରେ ସେ ଉଭୟଙ୍କ ବିବାହ କରାଇଥିଲେ ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.