ଜାପାନୀ ଜ୍ବରରେ ନିଜ ୩ ଝିଅକୁ ହରାଇ କୋଳଶୂନ୍ୟ ହେଲେ କୋରାପୁଟ ଭୂଷଙ୍ଗଗୁଡାର ଦମ୍ପତି: ଆଜିଯାଏଁ ମିଳିଲାନି ସହାୟତା

Published By : Prameya-News7 Bureau | February 14, 2019 IST

ଜୟପୁର୧୪|୨: ଜାପାନୀ ଜ୍ବରରେ ନିଜ ୩ ଝିଅକୁ  ହରାଇ କୋଳଶୂନ୍ୟ ହେଲେ କୋରାପୁଟ ଭୂଷଙ୍ଗଗୁଡାର ଦମ୍ପତି  । ଆଉ ସେହି ସମୟରେ ଜାପାନୀ ଜ୍ବରରେ ମୃତ ପରିବାରଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି  ଘୋଷଣା କରିଥିଲେ ।ହେଲେ ଘୋଷଣାର ୨ ବର୍ଷ ପରେ ବି  ପଇସାଟିଏ ମିଳିଲାନି ରାଜମଣି ଏବଂ ଧନୁର୍ଜୟଙ୍କୁ । ଏହି ଗରିବ ଦଳିତ ପରିବାର ମୂଲ ଲାଗି ପେଟ ପୋଷୁଥିବା ବେଳେ ଭଙ୍ଗା ଚାଳ ଛପର ଘରେ ରହୁଛନ୍ତି । ନିଜ ୩ ପିଲାଙ୍କୁ ଝୁରି ଝୁରି ଦିନ କାଟିବା ସହ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ।

{"id":85199,"width":596,"height":335}

୧୮ ନଭେମ୍ବର ୨୦୧୬....। କୋରାପୁଟ ଭୂଷଙ୍ଗଗୁଡା ଧନୁର୍ଜୟଙ୍କ ପରିବାର ପାଇଁ ମାଡ଼ି ଆସିଲା ଦୁଃଖର କଳା ବାଦଲ । ବାପା ମାଆଙ୍କ ଆଖି ସାମ୍ନାରେ ଗୋଟିଏ ପରେ ଗୋଟିଏ ଏମିତି ୩ ଝିଅ ଜାପାନୀ ଜ୍ବରରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି କୁନ୍ଦୁରା ଓ କୋରାପୁଟ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜ ଝିଅଙ୍କୁ ଚିକିତ୍ସା ପାଇଁ ଭର୍ତ୍ତ କରାଇଥିଲେ । ତଥାପି କୋଳଶ୍ବନ୍ୟ ହୋଇଯାଇଥିଲେ ଧନୁର୍ଜୟ ଏବଂ ରାଜମଣି ।  ଘଟଣାକୁ ୨ ବର୍ଷରୁ ଅଧିକ ସମୟ ହେଲାଣି ।  ଝିଅଙ୍କ କଥା ମନେପକାଇ  ଆଖିରୁ ଲୁହ ଝରାଉଛନ୍ତି ହତଭାଗ୍ୟ ବାପା-ମା ।  ନିସନ୍ତାନ ଦମ୍ପତ୍ତିଙ୍କ ଉପରେ ଗରିବୀ ଦାଉ  ସାଧୁଛି  । ଭଂଗା ଚାଳ ଛପର ଘରେ ବିତୁଛି ଏମାନଙ୍କ ଜୀବନ ।ଜାପାନୀ ଜ୍ବରରେ ମୃତ ପିଲାଙ୍କ ପରିବାରକୁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଥିଲେ ବି ଆଜି ଯାଏଁ ପଇସାଟିଏ ଦେଖିଲେନି ଏମାନେ ।  

{"id":85200,"width":594,"height":334}

 ପ୍ରଶାସନ ଓ ସରକାରଙ୍କ ଏପରି  ଉଦାସୀନ ମନୋଭାବକୁ ନାପସନ୍ଦ  କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ। ପଡୋଶୀ ମାଲକାନଗିରି ଜିଲ୍ଲାରେ ତୁରନ୍ତ ସହାୟତା ପ୍ରଦାନ କରାଯାଇଥିବା ବେଳେ କୋରାପୁଟର ଏହି ଦମ୍ପତ୍ତି  କାହିଁକି ପାତର ଅନ୍ତରର ଶିକାର ହେଲେ ବୋଲି ପ୍ରଶ୍ନ ଉଠିଛି । ସେହି ସମୟରେ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପ୍ରତିଶୃତି ଦେଇଥିଲେ ପରେ ଭୁଲିଗଲା ।  ବହୁବାର ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । । ତେଣୁ ଆବଶ୍ୟକ ପଡିଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ ବି ଧାରଣାରେ ବସିବେ ବୋଲି କହିଛନ୍ତି ।

{"id":85201,"width":597,"height":336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.