Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଶ୍ୱର ସବୁଠାରୁ ଦୀର୍ଘତମ ଚୁମ୍ବନ, ଜାଣନ୍ତୁ କେଉଁଠି ହେଲା ରେକର୍ଡ

21/09/2019 at 5:59 PM

ଚୁମ୍ବନ ପରସ୍ପର ପ୍ରତି ଆନ୍ତରିକତା ଜ୍ଞାପନର ଏକ ସଙ୍କେତ। ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ଏକ ସାଧାରଣ କଥା। ନିଜର ପ୍ରିୟତମଙ୍କୁ ଭେଟ ହେବା ବେଳେ ଚୁମ୍ବନ ଦେଇ ସ୍ୱାଗତ କରିବାର ପ୍ରଥା ଦୀର୍ଘ ଦିନରୁ ପ୍ରଚଳିତ। ତେବେ କେହି କାହାକୁ ଯଦି ଚୁମ୍ବନ ଦିଏ ତେବେ କେତେ ସମୟଧରି ଦେଇପାରିବ ? ହୁଏତ ଗୋଟେ ମିନିଟ୍ ବା ସର୍ବାଧିକ ୨ ମନିଟ୍ ପର୍ଯ୍ୟନ୍ତ। ତେବେ ଦୀର୍ଘ ୫୮ଘଣ୍ଟା ୩୫ ମିନିଟ୍ ୫୮ସେକେଣ୍ଡ ପର୍ଯ୍ୟନ୍ତ ଚୁମ୍ବନ ଦେଇ ବିରଳ ରେକର୍ଡ ସ୍ଥାପନା କରିଛନ୍ତି ଥାଇଲ୍ୟାଣ୍ଡର ଏକଚଇ ଓ ତାଙ୍କ ପତ୍ନୀ ଲକସାନା ତିରାନାରାତ।

ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ଲାଗି ଦମ୍ପତ୍ତି ପୁରା ୨  ରାତି ୩ ଦିନ ମୁହଁକୁ ମୁହଁ ଯୋଡି ଚୁମ୍ବନ ମୁଦ୍ରାରେ ଥିଲେ। ସେମାନେ ଏହି ସମୟରେ ପାଣି ପିଉଥିଲେ, ଶୌଚ ଲାଗି ବି ଯାଉଥିଲେ ହେଲେ ନିମିଷେକ ଲାଗି ସେମାନଙ୍କ ମୁହଁ ଅଲଗା ହୋଇନଥିଲା।ପାଣି ପିଇବା ଲାଗି ସେମାନେ ଷ୍ଟ୍ରର ଉପଯୋଗ କରୁଥିଲେ। ଏହିପରି ଭାବେ ୫୮ ଘଣ୍ଟା ୩୫ ମିନିଟ୍ ୫୮ ସେକେଣ୍ଡ ଧରି ପରସ୍ପରକୁ ଚୁମ୍ବନ ଦେଇଛନ୍ତି।

ସେମାନଙ୍କ ଚୁମ୍ବନକୁ ବିଶ୍ୱର ଦୀର୍ଘତମ ଚୁମ୍ବନ ବୋଲି କୁହାଯାଉଛି। ସେମାନଙ୍କୁ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ୍ ରେ ସ୍ଥାନ ମିଳିଥିବା ବେଳେ ଉପହାର ସ୍ୱରୂପ ଦିଆଯାଇଛି ୨ଟି ହୀରକ ମୁଦ୍ରିକା ସମେତ ନଗଦ ୨ଲକ୍ଷ ଟଙ୍କା । ହୁଏତ ଏହି ଉପହାର ସ୍ମରକୀକୁ ସେମାନେ ଭୁଲି ବି ଯାଇପାରନ୍ତି। କିନ୍ତୁ ସେମାନଙ୍କ ଚୁମ୍ବନକୁ କେହି ସହଜରେ ଭୁଲି ପାରିବେନି।  ଏହା ପୂର୍ବରୁ ଏହି ଚୁମ୍ବନ ରେକର୍ଡ ୪୬ ଘଣ୍ଟା ୨୪ ମିନିଟ୍ ୯ ସେକେଣ୍ଡ ଥିଲା। ଏକ ଥାଇ ଦମ୍ପତ୍ତି ଏହି ରେକର୍ଡ ସୃଷ୍ଟି କରିଥିଲେ। 

   Related Posts