ବାଇକ୍ରୁ ଘୋଷାଡି ନେଇ ଦମ୍ପତ୍ତିଙ୍କୁ ମାରିଦେଲା ଦନ୍ତା
26/03/2019 at 10:17 AM

ଢେଙ୍କାନାଳ ୨୬|୩ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁଧୁକାଟେଣୀ ଅଞ୍ଚଳରେ ଏକ ଦନ୍ତା ହାତୀ ଆକ୍ରମଣରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବାଇକରେ ସ୍ବାମୀ ଓ ସ୍ତ୍ରୀ ତାଙ୍କ ଘର ଶୋରିଶିଆ ପଦାର ରାମେଇକୁ ଫେରୁଥିବା ବଳେ ଦନ୍ତା ହାତୀ ଆକ୍ରମଣ କରିଥିବା ଜଣାପଡିଛି । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ଶୋରିଶିଆପଦା ରାମେଇ ଗ୍ରାମର ଡମ୍ବରୁଧର ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ ସୋଗର କାଟେଣୀରୁ ଦୋଳ ଯାତ୍ରା ଦେଖି ବାଇକରେ ଘରକୁ ଫେରୁଥିଲେ । ବାଟରେ ଦନ୍ତା ହାତୀ ସେମାନଙ୍କ ଆକ୍ରମଣ କରିଥିଲା । ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ବାଇକକୁ ଫୋପାଡି ଦେଇଥିବା ଜଣାପଡିଛି ।

ଫଳରେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହି ହାତୀକୁ ଘଉଡାଇବା ସହ ମୃତକ ପରିବାରକୁ ସରକାରୀ ନିୟକ ମୁତାବକ କ୍ଷତିପୂରଣ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ।