Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିବାହର ୪ ଦିନ ପରେ ଘଟିଲା ଅଘଟଣ: ଅଧା ରାସ୍ତାରୁ ସ୍ବାମୀ-ସ୍ତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ, ହସ୍ପିଟାଲରେ ସ୍ବାମୀ, ସ୍ତ୍ରୀର ମିଳୁନାହିଁ ପତ୍ତା

24/02/2021 at 5:13 PM

ନୂଆପଡା୨୪/୨: ସୁନାର ସଂସାର ଗଢ଼ିବା ପୂର୍ବରୁ ମାଡି ଆସିଲା ଦୁଃଖର ପାହାଡ। ବାହାଘରର ୪ ଦିନ ପରେ ସ୍ବାମୀ-ସ୍ତ୍ରୀଙ୍କୁ ଅପହରଣ କରି ନେଲେ ଦୁର୍ବୃତ୍ତ। ମୁକ ଅବସ୍ଥାରେ ଉଦ୍ଧାର ହେଲେ ସ୍ବାମୀ ହେଲେ ମିଳି ନାହିଁ ସ୍ତ୍ରୀଙ୍କ ପତ୍ତା। ହାତରୁ ହଳଦୀ ଲିଭି ନାହିଁ। ନୂଆ ସଂସାର ଗଢ଼ି ତୋଳିବା ଆଶାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ୨ ଜଣ । ଫିଲ୍ମ ଷ୍ଟାଇଲରେ ଅଧା ରାସ୍ତାରୁ ସ୍ବାମୀ-ସ୍ତ୍ରୀଙ୍କୁ ଅପହରଣ କରି ନେଲେ ଦୁର୍ବୃତ୍ତ। ସଂପର୍କୀୟଙ୍କ ଦେହ ଅସୁସ୍ଥ ଥିବା କହି ଫେକ୍ କଲ ଆସିଥିଲା। ସ୍ବାମୀ-ସ୍ତ୍ରୀ ୨ ଜଣ ଆଗପଛ ନ ଭାବି ବାଇକରେ ହସ୍ପିଟାଲ ଅଭିମୁଖେ ବାହାରି ଯାଇଥିଲେ। କିନ୍ତୁ ପୂର୍ବ ଯୋଜନା ମୁତାବକ, ଦୁର୍ବୃତ୍ତମାନେ ନବ ଦମ୍ପତିଙ୍କୁ ଅପହରଣ କରି ନେଇଥିଲେ। ଏହି ଚାଞ୍ଚଲ୍ୟକର ଘଟଣା ନୂଆପଡା ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।

ସୂଚନଯୋଗ୍ୟ ଯେ, ଗତ ବୁଧବାର ବୈଦିକ ରିତି ରିବାଜରେ କୋମନା ବ୍ଲକର ରମେଶ ମାଝୀ ଓନୂଆପଡା ବ୍ଲକର ପଣ୍ଡରିପାଣି ଗାଁର ଜନୈକ ଯୁବତୀଙ୍କୁ ବିବାହ କରିଥିଲେ। ବାହାଘରର ଠିକ୍ ୪ ଦିନ ପରେ ଅର୍ଥାତ ଗତ ରବିବାର ତାଙ୍କ ସଂପର୍କୀୟ କେହି ଜଣେ ହସ୍ପିଟାଲରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ସ୍ବାମୀ-ସ୍ତ୍ରୀ ୨ ଜଣ ଅସ୍ତବ୍ୟସ୍ତ ହୋଇ ହସ୍ପିଟାଲ ବାହାରି ଯାଇଥିଲେ। କିନ୍ତୁ ଯିବା ରାସ୍ତାରେ ଘଟିଥିଲା ଏହି ଘଟଣା।  

ରମେଶଙ୍କ ମୋବାଇଲରୁ ଏକ ଟେକ୍ସ ମେସେଜ୍ ଆସିଥିଲା। ଯେଉଁଥିରେ ଲେଖାଥିଲା ଥିଲା, ‘ଆମେ ସାଙ୍ଗ ଘରକୁ ଯାଉଛୁ, ଶୀଘ୍ର ଫେରି ଆସିବୁ’। ବହୁ ଖୋଜାଖୋଜି ପରେ ବି ସନ୍ଧ୍ୟା ପର୍ଯ୍ୟନ୍ତ ୨ ଜଣଙ୍କ ସନ୍ଧାନ ମିଳିନଥିଲା। ପରବର୍ତ୍ତୀ ସମୟରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା, ମୋତେ ମାରି ଦେବେ, ମୋତେ ଉଦ୍ଧାର କର ବୋଲି ରମେଶ କହିଥିଲେ। ବହୁ କଷ୍ଟରେ ୨ଜଣଙ୍କ ସନ୍ଧାନ  ପାଇଥିଲେ ପରିବାର ଲୋକେ। ଛତିଶଗଡ଼ ଦୁର୍ଗଠାରୁ ୧୮ କିଲୋମିଟର ଦୂରରେ ମୁକ ଅବସ୍ଥାରେ ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏପର୍ଯ୍ୟନ୍ତ ରମେଶଙ୍କ ସ୍ତ୍ରୀଙ୍କ ପତ୍ତା ମିଳି ନାହିଁ।

ବାହାଘର ଚାରିଦିନ ପରେ କିଏ ଓ କାହିଁକି ତାଙ୍କୁ ଅପହରଣ କଲା ? ସ୍ବାମୀଙ୍କୁ ଛାଡି ଦେଲେ ସ୍ତ୍ରୀଙ୍କୁ କୁଆଡେ ନେଇଗଲେ? ପୂର୍ବ ଶତ୍ରୁତା କେନ୍ଦ୍ର କରି ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ନେଇ ସ୍ଥାନୀୟ ପୋଲିସ ଖୋଳତାଡ ଆରମ୍ଭ କରିଛି।

   Related Posts