ମେଟ୍ରୋ ଟ୍ରେନ୍‌ରେ ଦମ୍ପତି କରୁଥିଲେ ଏଭଳି କାମ, ପର୍ଣ୍ଣ ସାଇଟ୍‌ରେ ଅପଲୋଡ୍ ହେଲା ଭିଡିଓ

Published By : Prameya-News7 Bureau | July 30, 2019 IST

ନୂଆଦଲ୍ଲୀ ୩୦।୭: ଦିଲ୍ଲୀରେ କିଛି ଦିନ ତଳେ ଏକ ଦମ୍ପତ୍ତିଙ୍କୁ ଚଳନ୍ତା ବାଇକ୍‌ରେ ରୋମାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଚଳନ୍ତା ବାଇକ୍‌ରେ ରୋମାନ୍ସ କରିବାର ସମସ୍ତ ସୀମା ଉଲଂଘନ କରିଥିଲେ ଏହି ଦମ୍ପତ୍ତି । ରାସ୍ତାରେ ହଜାର ହଜାର ଗାଡ଼ି ଭିତରେ ବାଇକ୍‌ରେ ଯାଉଥିବା ଏହି ଦମ୍ପତ୍ତି ଅଶ୍ଳୀଳ କାମ କରୁଥିଲେ ହେଁ ଟିକେ ବି ଲାଜ କରିନଥିଲେ । ଆଖପାଖରେ କାରରେ ଯାଉଥିବା ଲୋକ ନିଜ ନିଜ କାରର କାଚ ଉଠାଇଦେଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଦମ୍ପତିଙ୍କୁ ଖୁବ୍ ଗାଳି ଗୁଲଜ କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ଉଭୟଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରାଯାଇଥିଲା ।


ବର୍ତମାନ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଟ୍ରେନରେ ଏକ ଦମ୍ପତ୍ତି ଅନ୍ତରଙ୍ଗ ହେବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ପର୍ଣ୍ଣ ସାଇଟ୍‌ରେ ଭାଇରାଲ୍ ହୋଇଛି । ଯେଉଁ ଭିଡିଓକୁ ଲକ୍ଷାଧିକ ଲୋକ ଦେଖି ସାରିଲେଣି ।
ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଟ୍ରେନ୍ ସିସିଟିଭି ଲାଇଭ୍ ଫିଡ୍‌ରୁ ଉତ୍ତୋଳନ କରାଯାଇ ପର୍ଣ୍ଣ ସାଇଟ୍ ରେ ଛଡାଯାଇଛି । ଯେଉଁ ଭିଡିଓକୁ ଲକ୍ଷାଧିକ ଲୋକ ଦେଖି ସାରିଲେଣି ।


ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଟ୍ରେନର ସିସିଟିଭି କ୍ୟାମେରାରେ କଏଦ ହେବା ସ୍ଵଭାବିକ କଥା । ମାତ୍ର ତାହା ଟ୍ରେନର ସିସିଟିଭି କଣ୍ଟ୍ରୋଲ ରୁମ୍ ରୁ କିଭଳି ପର୍ଣ୍ଣ ସାଇଟ୍ ରେ ଛଡାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।


ମାମଲା ଡିଏମ୍‌ଆରସିଙ୍କ ନିକଟରେ ପହଞ୍ଚିଥିଲା । ସେ ଦମ୍ପତିଙ୍କ ବିରୋଧରେ ଏତଲା ଦାୟର କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିଭଳି ଉପାୟରେ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଛଡ଼ାଗଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସାର୍ବଜନୀନ ସ୍ଥାନରେ ଏଭଳି ଅଶ୍ଳୀଳତା ପ୍ରଦର୍ଶନ ନକରିବାକୁ ଡିଏମ୍‌ଆରସିିିି ଅପିଲ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.