Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ : ସ୍ବାମୀ-ସ୍ତ୍ରୀ ଗୁରୁତର

23/10/2020 at 11:27 AM

କେନ୍ଦ୍ରାପଡା ୨୩।୧୦: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବରକନ୍ଧା ଗ୍ରାମରେ ରାତି ଅଧରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ । ଘଟଣାସ୍ଥଳରେ ଛାଡି ଚାଲିଗଲେ ବାଇକ୍ । ଆକ୍ରମଣରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ମହାକାଳପଡା ମେଡିକାଲ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ସକାଳୁ ନିର୍ମଳା ସ୍ବାଇଁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କମ୍ପାନୀ କାମକୁ ନେଇ ପୂର୍ବ ଶତ୍ରୁତା ରହିଥିଲା । ବରବନ୍ଧା ଓ ଗୋଜାବନ୍ଧ ଗ୍ରାମର ୪ ଜଣ ଯୁବକ ହାତରେ ଖଣ୍ଡା ଧରି ସ୍ବାମୀ ରଙ୍ଗାଧର ସ୍ବାଇଁଙ୍କ ଘରେ ପଶି ଯୁକ୍ତିତର୍କ କରିଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସ୍ତ୍ରୀ ନିର୍ମଳା ସ୍ବାଇଁଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲେ । ବିରୋଧ କରିବାରୁ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ତଳେ ପଡିଯାଇଥିଲେ ନିର୍ମଳା । ସ୍ବାମୀ ରଙ୍ଗାଧର ପ୍ରତିବାଦ କରିବାରୁ ତାଙ୍କ ଛାତିକୁ ମଧ୍ୟ ଅକ୍ରମଣ କରିଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର ଶୁଣି ଗ୍ରାମବାସୀ ଦୌଡି ଆସିବାରୁ ଘଟଣାସ୍ଥଳରେ ବାଇକ୍ ଛାଡି ଫେରାଇ ହୋଇଯାଇଥିଲେ ଉକ୍ତ ଯୁବକମାନେ । ଏ ନେଇ ପୁଅ ସଞ୍ଜିତ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ବାଇକ୍ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

   Related Posts