ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ, ଦମ୍ପତ୍ତି ଗୁରୁତର

Published By : Prameya-News7 Bureau | July 09, 2019 IST

wp:paragraph {"align":"left"}

କଳାହାଣ୍ଡି ୯|୭:  ନିଆଁ ଲାଗି ସ୍ବାମୀ  ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ରୋଷେଇ ବେଳେ ନିଆଁ ଲାଗିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଥୁଆମୂଳରାମପୁର ଥାନା ପୁରୁଣାଗୁମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ତ୍ରୀ କମଳିନୀ ସିଂଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସ୍ବାମୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

{"id":131891}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଥାନା ପୁରୁଣାଗୁମା ଗାଁରେ ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ବାମୀ ହିରାକାନ୍ତ ସିଂ ଓ ତାଙ୍କ  ସ୍ତ୍ରୀ କମଳିନୀ ସିଂଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସ୍ତ୍ରୀ କମଳିନୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ  ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ରୋଷେଇ ଚୁଲି ପାଖରେ ପେଟ୍ରୋଲ ଥିବାରୁ ପେଟ୍ରୋଲରୁ ନିଆଁ ଲାଗିଥିବା ପରିବାରବର୍ଗ  ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.