କାର୍‌କୁ କଣ୍ଟ୍ରୋଲ କରିପାରିଲେନି ଡ୍ରାଇଭର : ଗଛରେ ପିଟିହେଲା ଗାଡି, ସ୍ବାମୀ-ସ୍ତ୍ରୀ ଗୁରୁତର

Published By : Prameya-News7 Bureau | January 26, 2021 IST

ରାଇରଙ୍ଗପୁର ୨୬।୧: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣା ଫଳରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତ୍ତି ହେଲେ କିଚକେଶ୍ବର ଗିରି ଓ ତାଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ଗିରି ।

{"id":398847,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସ୍ବାମୀ-ସ୍ତ୍ରୀ ଦୁଇ ଜଣ ବାରିପଦାରୁ ହାଟବାଦଳା ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ବିଶୋଇ ଥାନାର ଜାମିରଡ଼ିହା ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ ।

{"id":398849,"sizeSlug":"large","linkDestination":"none"}

ଗୁରୁତର ଦମ୍ପତ୍ତି ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.