ବାଇକ୍‌କୁ ଧକ୍କା ଦେଲା ଡମ୍ଫର, ଦମ୍ପତ୍ତି ଆହତ

Published By : Prameya-News7 Bureau | October 04, 2019 IST

ପାଟଣା ୪।୧୦: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପାଟଣା ରାସ୍ତାର ଗୋଡିପୋଖରୀ ଛକରେ ସଡ଼କ ଦୁର୍ଘଟଣାରେ ଦମ୍ପତ୍ତି ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଉଁଶୁଳି ଗ୍ରାମର ଖଗେଶ୍ବର ମହାନ୍ତ ଓ ତାଙ୍କ ପତ୍ନୀ ଗାୟତ୍ରୀ ମହାନ୍ତ ବାଇକ୍ ଯୋଗେ କେନ୍ଦେଇପଶିରୁ ନିଜ ଘର ବାଉଁଶୁଳିକୁ ଫେରୁଥିବା ବେଳେ ଏକ ଡମ୍ଫର ତାଙ୍କୁ ପଛପଟୁ  ଧକ୍କା ଦେଇଥିଲା । ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଡମ୍ଫର ଗାଡି ଚମ୍ପଟ ମାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.