ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ : ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ

Published By : Prameya-News7 Bureau | May 14, 2021 IST

ତେଲକୋଇ ୧୪।୫: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣେ ଗୁରୁତର ଏବଂ ଜଣେ ଆହାତ ହୋଇଛନ୍ତି । ଗୁରୁତର ହେଲେ ତୁରୁମୁଙ୍ଗା ଥାନା କଙ୍କଡା ଗାଁର ହେମନ ମହାନ୍ତ ।ତାଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଙ୍କଡା ଗାଁରୁ କାର୍ ଯୋଗେ ତେଲକୋଇ ଆସୁଥିବା ବେଳେ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା କାର୍ । ଫଳରେ କାରରେ ଥିବା ସ୍ବାମୀ-ସ୍ତ୍ରୀ ଥିବାବେଳେ ସ୍ତ୍ରୀ ହେମନ ମହାନ୍ତ ଗୁରୁତର ହୋଇଥିଲେ । ସ୍ବାମୀ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.