ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର

Published By : Prameya-News7 Bureau | July 26, 2021 IST

ସାଲେପୁର ୨୬।୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ-ସ୍ତ୍ରୀ ଗୁରୁତର । ଏଭଳି ଅଘଟଣ ଘଟିଛି କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଛକରେ। ଗୁରୁତର ସ୍ବାମୀ-ସ୍ତ୍ରୀ ହେଲେ ଭଦ୍ରକ ଚାନ୍ଦବାଲି ଯନ୍ତୁଆଲି ଅଞ୍ଚଳର ବାପୁ ଧଳ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ସାହୁ ।  

ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଉଭୟ ସ୍ବାମୀ-ସ୍ତ୍ରୀ ବାଇକ୍ ଯୋଗେ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସେମାନଙ୍କୁ ଟ୍ରକ୍ ଧକ୍କା ଦେଇଥିଲେ । ଫଳରେ ଉଭୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ସାଲେପୁର ମେଡିକାଲକୁ ଆଣାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଡ୍ରାଇଭରକୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.