ଶାଢୀ କିଣିବା ବାହାନାରେ ଲୁଟ୍ ଉଦ୍ୟମ, ସ୍ଵାମୀ ଓ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | May 18, 2019 IST

ଭଣ୍ଡାରିପୋଖରୀ ୧୮|୫: ଶାଢୀ କିଣିବା ବାହାନାରେ ଲୁଟ୍ ଉଦ୍ୟମ ହୋଇଛି । ଲୁଟ୍ ପାଇଁ ଠେଙ୍ଗାରେ ଆକ୍ରମଣ କଲେ ଦୁର୍ବୃତ୍ତ । ସ୍ଵାମୀ ଓ ସ୍ତ୍ରୀ ଗୁରୁତର ଅବସ୍ଥା ରେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

{"id":113158}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟମା ଘଟିଛି । ଧାମନଗର ଫିଡର ସ୍କୁଲ ନିକଟରେ ଥିବା  ଶୁଭଲକ୍ଷ୍ମୀ ପରିଧାନରୁ ଲୁଟ୍ ଉଦ୍ୟମ ବେଳେ ଏମିତି ଘଟଣା ଘଟିଛି । ଦୋକାନୀ ସ୍ଵାମୀ ଓ ସ୍ତ୍ରୀ ନିଜ ୧୦ ବର୍ଷୀୟ ପୁତୁରାଙ୍କ ସହ ଦୋକାନ ନିକଟ ଘରେ ରହୁଥିଲେ । ଦୁଇଜଣ ଦୁର୍ବୁତ୍ତ କିଛି ଶାଢୀ କିଣିବା ପାଇଁ ଘର ନିକଟ ଦୋକାନକୁ ଆସିଥିଲେ । ଘରେ ଥିବା ଦୋକାନୀଙ୍କ ପୁତୁରା ଗେଟର ତାଲା ଖୋଲିବା ପରେ ସେମାନେ ଦୋକାନରୁ ଶାଢୀ ଦେଖିଥିଲେ । କିଛି ସମୟ ପରେ ଦୋକାନ ମାଲିକ ନରେନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସୁମତି ସାହୁ ଆସିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା କହିଛନ୍ତି ଦୋକାନୀଙ୍କ ପୁତୁରା । ପରେ ଫୋନ୍ ଯୋଗେ ଖବର ପାଇ ସମ୍ପର୍କୀୟ ମାନେ ଆସି ଉଭୟଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ହାର ଓ ଚୁଡି ଦୁର୍ବୁତ୍ତ ମାନେ ଲୁଟିନେଇଥିବା ସମ୍ପର୍କୀୟ ମାନେ ଅଭିଯୋଗ କରିଥିବା ବେଳେ । ଉଭୟ ସ୍ଵାମୀ ସ୍ତ୍ରୀଙ୍କ ଚେତା ଫେରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.