ଅଜବ ପ୍ରେମର ଗଜବ କାହାଣୀ : ନୋ ମ୍ୟାନ୍ସ୍ ଲ୍ୟାଣ୍ଡରେ ଭାରତ ଯୁବକ ଏବଂ ନେପାଳ ଯୁବତୀ

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧ : କଥାରେ ଅଛି ପ୍ରେମ ସତ୍ୟ ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ । ଦିଲ୍ଲୀ ଯୁବକ-ନେପାଳ ଯୁବତୀ, ମଝିରେ ୨ ଦେଶର ପ୍ରାଚୀର । ନିଚ୍ଛକ ପ୍ରେମର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାରତ ଏବଂ ନେପାଳ ସୀମା ସୋନ୍ନୋଲୀରେ । ସୁଦୁର ଦିଲ୍ଲୀରୁ ଯାଇ ଭାରତ-ନେପାଳ ସୀମାରେ ପ୍ରେମିକାଙ୍କୁ ଦେଖା କରିଛନ୍ତି ଜଣେ ଯୁବକ ।

ସୂଚନା ଅନୁସାରେ ଯୁବକ ଏବଂ ଯୁବତୀ ଉଭୟ ଦିଲ୍ଲୀ ବାସିନ୍ଦା । ତେବେ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟ ଚାଚାଙ୍କ ଘର ନେପାଳ ଯାଇଥିଲେ । କରୋନା କାରଣରୁ ଲକଡାଉନ ହୋଇଯିବାରୁ ୨ ଦେଶର ସୀମାକୁ ସିଲ କରିଦିଆଯାଇଥିଲା  ଏବଂ ଯୁବତୀ ଜଣକ ନେପାଳରେ ଫସିଯାଇଥିଲେ । ତେବେ ଦିଲ୍ଲୀ ନିବାସୀ ୨୪ ବର୍ଷୀୟ ସନ୍ଦୀପ ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ସୀମାରେ ପହଞ୍ଚି ଯାଇଥିଲେ ।  ଦୁଇଜଣ ଦେଖା କରିବାକୁ ଆସିଥିବା ବେଳେ କାବୁ କରିଥିଲେ ହ୍ୟୁମାନ ଟ୍ରାଫିକିଂର ସଦସ୍ୟ । ଉଭୟଙ୍କୁ ପଚରାଉଚରା ପରେ ଯୁବତୀଙ୍କୁ ନେପାଳ ପୁଲିସ ଜିମା ଦେଇଥିବା ବେଳେ ଯୁବକଙ୍କୁ ବୁଝାସୁଝା କରି ଦିଲ୍ଲୀ ପଠାଇ ଦିଆଯାଇଛି ।

 ତେବେ ଉଭୟ ୨ ଦେଶ ସୀମାରେ କଟକଣା ପରିସର ଅର୍ଥାତ ନୋ ମ୍ୟାନ୍ ଲ୍ୟାଣ୍ଡରେ ପହଞ୍ଚି କଥାବାର୍ତ୍ତା ହେଉଥିବା ବେଳେ ହ୍ୟୁମାନ ଟ୍ରାଫିକିଂର ସଦସ୍ୟମାନେ ସେମାନଙ୍କୁ କାବୁ କରିନେଇଥିଲେ । ତେବେ ପଚରାଉଚରା ସମୟରେ ଜଣାପଡିଥିଲା ଉଭୟ ଗୋଟିଏ କଲେଜରେ ପଢନ୍ତି ଏବଂ ଯୁବତୀ ଜଣକ ଯୁବକଙ୍କ ସହିତ ଦିଲ୍ଲୀ ଯିବାକୁ ଚାହୁଁଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.