Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଘରର ଏକମାତ୍ର ରୋଜଗାରିଆ ପୁଅକୁ ଛଡାଇନେଲା କରୋନା, ଅସହାୟ ହୋଇପଡିଛନ୍ତି ବୃଦ୍ଧ ବାପା-ମା’

28/09/2021 at 6:01 PM

ଭୁବନ ୨୮।୯: ନଇଁ ଯାଇଛି ଅଣ୍ଟା । ଆଶା ବାଡି ନଧରିଲେ ଚାଲିପାରୁନାହାନ୍ତି । ଅଜଣା ରୋଗ କରୁଛି ହନ୍ତସନ୍ତ । ସ୍ତ୍ରୀଙ୍କ ଦେହ ବି ଭଲ ନାହିଁ । ସବୁଠୁ ବଡ ଦୁଃଖ ଦେଇଛି କରୋନା । ଏକମାତ୍ର ରୋଜଗାରିଆ ପୁଅକୁ ନେଇଯାଇଛି ଆରପାରିକୁ । ଭାଙ୍ଗିଯାଇଛି ସବୁ ସ୍ବପ୍ନ । ଭେଣ୍ଡିଆ ପୁଅକୁ ହରାଇ ବାପା-ମା ଦୁହେଁ ଅସହାୟ । ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅଧିନ କୋହ୍ଲସାହିର ମଙ୍ଗୁଳି ସାହୁଙ୍କ ପରିବାରର ଦୁଃଖ କହିଲେ ନସରେ ।

୬୨ ବର୍ଷ ବୟସ୍କ ମଙ୍ଗୁଳି ମୂଲ ମଜୁରୀ କରି ପରିବାର ଚଳାଉଥିଲେ । ସ୍ତ୍ରୀ ପ୍ରମିଳା ଓ ପୁଅ ଦୀପକଙ୍କୁ ନେଇ ଚାଲିଥିଲା ତାଙ୍କ ସଂସାର । ହଠାତ୍ ୫ବର୍ଷ ତଳେ ମଙ୍ଗୁଳିଙ୍କୁ ମାଡିବସିଲା ଅଜଣା ରୋଗ । ପାଠ ଛାଡି ପରିବାରର ଦାୟିତ୍ବ ନେଲା ପୁଅ ଦୀପକ । ତେବେ ଗତ ଜୁଲାଇରେ ଦୀପକ ଅସୁସ୍ଥ ହୋଇପଡିଲେ । ଚିକିତ୍ସା ପାଇଁ ଢେଙ୍କାନାଳ ଡାକ୍ତରଖାନାରୁ କଟକ ସ୍ଥାନାନ୍ତରିତ ହେଲେ । ତେବେ ସେଠାରେ ସେ କରୋନା ପଜିଟିଭ ଥିବା ଜଣାପଡିଲା । ଆଇସିୟୁରେ ଚିକିତ୍ସା ସତ୍ତ୍ବେ ଜୁଲାଇ ୧୨ରେ ଆଖିବୁଜିଲେ ଦୀପକ ।

ପୁଅ ନାହିଁ, ଘର ନାହିଁ । ଅସହାୟ ବୃଦ୍ଧ ଦମ୍ପତ୍ତି । ସରକାରୀ ସହାୟତା କହିଲେ ମାସକୁ ମିଳେ ମାତ୍ର ୧୦ କିଲୋ ଚାଉଳ । ପେଟ ତ ପୁରେନି ସେପଟେ ଆବାସ ଯୋଜନା ଅପହଞ୍ଚ । ବୃଦ୍ଧ ଦମ୍ପତ୍ତିଙ୍କୁ ଅନ୍ତୋର୍ଦୟ ଯୋଜନାରେ ସାମିଲ କରାଗଲେ ହୁଏତ ଆଶ୍ରୟ ଓ ଅଭାବରୁ ଟିକେ ଆଶ୍ବସ୍ତି ମିଳନ୍ତା ।

ବୟସର ଅପରାହ୍ନରେ ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ସହାୟତା ନିହାତି ଜରୁରୀ । ସମାଜ ଓ ଶାସନ ପାଇଁ ଏହା ତ କର୍ତ୍ତବ୍ୟ । ନଚେତ ଏହି ଅସହାୟଙ୍କ ଜୀବନ ଅନିଶ୍ଚିତତାକୁ ଠେଲି ହୋଇଯିବ ।

   Related Posts