Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଗୁଣି ଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ ! ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା ଅଭିଯୋଗ

22/09/2020 at 2:24 PM

ରାଉରକେଲା ୨୨।୯: ଗୁଣି ଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳ କଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଙ୍ଗଳ କଟା ଗ୍ରାମର ପାରୁ ମୁଣ୍ଡା ଏବଂ ମାଗଦାଲି ମୁଣ୍ଡା ଘରେ ଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଘରେ ପଶି ପ୍ରଥମେ ପାରୁ ମୁଣ୍ଡାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ ।  ଏହାଦେଖି ସ୍ତ୍ରୀ ମାଗଦାଲି ମୁଣ୍ଡା ସେଠାରୁ ପଳାଉ ଥିବାବେଳେ ତାକୁ ଘର ବାହାରେ ହତ୍ୟା କରାଯାଇଛି ।

ତେବେ କିଏ ଏବଂ କାହିଁକି ଏମାନଙ୍କୁ ହତ୍ୟା କରିଛି ତାହା ଜଣା ପଡ଼ିନଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଏମାନଙ୍କର ସାଙ୍ଗରେ କାହାର ଶତ୍ରୁତା ଅଛି କି ନାହିଁ ତାହା ପୋଲିସ ତଦନ୍ତ ପରେ ଜଣା ପଡିବ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ଲାଗି ପଠାଇ ଦେଇଛି ।

   Related Posts