ହତ୍ୟା ନା ଆତ୍ମହତ୍ୟା : ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

Published By : Prameya-News7 Bureau | November 17, 2019 IST

ଜୟପୁର ୧୭।୧୧: ଜୟପୁର ବୋରିଗୁମ୍ମାରେ ଚାଞ୍ଚଲ୍ୟ । ନାବାଳିକାଙ୍କ ସହ ଯୁବକଙ୍କ ମୃତଦେହ ଉଦ୍ଧାର  ହୋଇଛି । ଉଭୟ ମୃତକ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଛି । ବୋରିଗୁମ୍ମା କୁଦୁରାରାଗୁଡା ଅଞ୍ଚଳରେ ଘଟିଛି ଏହି ଘଟଣା ।

{"id":185507,"sizeSlug":"large"}

ସୂଚନାଯୋଗଗ୍ୟ ଯେ, ଗାଁ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି । ମୃତ ନାବାଳିକା ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ରଘୁନାଥ ଗଉଡ । ତେବେ ଉଭୟଙ୍କ ହାତ ବନ୍ଧା ଅବସ୍ଥାରେ ମୃତଦେହ ଜବତ କରିଛି ପୋଲିସ । ତେଣୁ ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବୋରିଗୁମ୍ମା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.