Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପିଲାଙ୍କୁ ଶୁଆଇ ଦେଇ ବେକରେ ଚାଦର ବାନ୍ଧି ବାପା-ମାଆଙ୍କ ଆତ୍ମହତ୍ୟା,କରୋନା ପାଇଁ ସଢ଼ୁଥିଲେ ଅଭାବରେ

3/09/2020 at 11:50 AM

କାନପୁର ୩/୯: ଚାକିରୀ ହରାଇବା ଯୋଗୁଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଚକେରିରେ।

ସୂଚନା ଅନୁଯାୟୀ ୩୯ବର୍ଷ ବୟସ୍କ ରାକେଶ କୁମାର ଏବଂ ତାଙ୍କ ପତ୍ନୀ ଅର୍ଚ୍ଚନା(୩୬) ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଥିରେ ଉଭୟ ସ୍ବାମୀ-ସ୍ତ୍ରୀ ସିଙ୍ଗଲ୍ ବେଡସିଟ୍ ବ୍ୟବହାର କରିଛନ୍ତି। ଉଭୟଙ୍କ ମୃତଦେହ ଅଟୋପ୍ସି ପାଇଁ ପଠାଯାଇଛି।

ରାକେଶ ଏକ ମୋବାଇଲ୍ ଉପକରଣ ଦୋକାନରେ କାମ କରୁଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ ସେ ଏପ୍ରିଲ୍ ମାସରୁ ତାଙ୍କ ଜୀବିକା ହରାଇଥିଲେ। ସେବେଠାରୁ ସେ କିଛି କାମ ପାଇନଥିଲେ।

ରାକେଶଙ୍କ ମାଆ ତାଙ୍କ ୨ନାତିନାତୁଣୀ ସହ ରାତିରେ ଅନ୍ୟ ଏକ ରୁମରେ ଶୋଇଥିଲେ। ସେମାନଙ୍କ ରୁମରୁ କିଛି ଶବ୍ଦ ଶୁଣାନଯିବାରୁ ସେ ତାଙ୍କ ରୁମରେ ସେମାନଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ।

ରାକେଶଙ୍କ ମାଆ କହିଥିଲେ ଯେ ବୁଧବାର ସନ୍ଧ୍ୟାରେ ରାକେଶ ଏବଂ ଅର୍ଚ୍ଚନାଙ୍କ ମଧ୍ୟରେ ଟଙ୍କାପଇସା ପାଇଁ ପାଟିତୁଣ୍ଡ ଲାଗିଥିଲା। ଏହା ପରେ ରାକେଶ କିଛି ସମୟ ପାଇଁ ଘର ଛାଡ଼ି ଚାଲିଯାଇଥିଲେ। ଏହା ପରେ ରାକେଶ ରାତିରେ ଫେରିବାରୁ ସ୍ବାମୀ-ସ୍ତ୍ରୀ ରୁମ୍ ଭିତରକୁ ଚାଲି ଯାଇଥିଲେ।

   Related Posts