ରୋଷେଇ ବେଳେ ଗ୍ୟାସ୍ ଲିକ୍, ନିଆଁରେ ପୋଡି ହୋଇ ଦମ୍ପତ୍ତି ଗୁରୁତର

Published By : Prameya-News7 Bureau | February 12, 2020 IST

ନୟାଗଡ ୧୨।୨: ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ଲାଗି ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ବିଜୟ ବେହେରା ଓ ରଶ୍ମିତା ବେହେରା ।

{"id":223477,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ଗ୍ୟାସ୍ ଲିକ୍ ହୋଇ ରଶ୍ମିତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ରଶ୍ମିତା ଜଳୁଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଜୟ ମଧ୍ୟ ଗୁରୁତର ହୋଇଛନ୍ତି । ରଶ୍ମିତାଙ୍କ ଶରୀର ୭୦ ପ୍ରତିଶତ ପୋଡି ଯାଇଥିବାବେଳେ ବିଜୟଙ୍କ ଶରୀରର ୩୦ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । ଉଭୟଙ୍କୁ ପ୍ରଥମେ ଶରଣକୂଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସେମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.