ପ୍ରେମୀ ଯୁଗଳଙ୍କ ଅନୁରୋଧ ରଖିଲେ ରାଷ୍ଟ୍ରପତି : ବିବାହ ସ୍ଥାନ ବଦଳାଇବା ପାଇଁ ଦିଆଗଲା ୪୮ଘଣ୍ଟା ,ଗସ୍ତ କାଟଛାଣ୍ଟ କରି ସହଳ କୋଚି ଛାଡ଼ିଲେ ରାମନାଥ କୋବିନ୍ଦ

Published By : Prameya-News7 Bureau | January 07, 2020 IST

କୋଚି ୭/୧: ଆମେରିକୀୟ ମହିଳା ଏସ୍ଲି ହଲଙ୍କ ବିବାହ ଆଜି କୋଚିର ସେହି ହୋଟେଲରେ ହେବାର ଥିଲା ଯେଉଁଠି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ହୋଟେଲ୍ ତରଫରୁ କପଲଙ୍କୁ ବିବାହ ସ୍ଥଳ ବଦଳାଇବା ପାଇଁ କୁହାଯାଇଥିଲା। ଏହାପରେ ସେମାନେ ଟ୍ବିଟର ଜରିଆରେ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ମାଗିଥିଲେ। ଏଥିପାଇଁ ବିବାହରେ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ଆଜି ସକାଳେ ରାଷ୍ଟ୍ରପତି କୋଚି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

wp:core-embed/twitter {"url":"https://twitter.com/hall_ash/status/1213623361093263362","type":"rich","providerNameSlug":"twitter","className":""}
https://twitter.com/hall_ash/status/1213623361093263362
/wp:core-embed/twitter

ଆମେରିକାର ବାସିନ୍ଦା ଆଶଲି ହଲ୍ କୋଚିର ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ବିବାହ ଯୋଜନା କରି ଭାରତକୁ ଆସିଥିଲେ। କୋଚି ପହଞ୍ଚିବା ପରେ ତାଙ୍କୁ କୁହାଯାଇଥିଲା ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ହୋଟେଲରେ ରହିବା ଯୋଗୁଁ ସୁରକ୍ଷା ଦୃଷ୍ଟିକୁ ଧ୍ୟାନରେ ରଖି ହୋଟେଲ ଛାଡ଼ିବାକୁ କୁହାଯାଇଥିଲା।

{"id":208048,"width":574,"height":574,"sizeSlug":"large"}

ଏଥିରେ ନିରାଶ ହୋଇ ଆଶ୍ଲି ଟ୍ବିଟରରେ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ।

wp:core-embed/twitter {"url":"https://twitter.com/hall_ash/status/1213807119042056192","type":"rich","providerNameSlug":"twitter","className":""}
https://twitter.com/hall_ash/status/1213807119042056192
/wp:core-embed/twitter

ମଙ୍ଗଳବାର କୋଚିର ତାଜ ବିବାନ୍ତା ହୋଟେଲରେ ବିବାହ ଧାର୍ଯ୍ୟ ହୋଇଥିଲା। ରାଷ୍ଟ୍ରପତିଙ୍କ ରହିବା ବ୍ୟବସ୍ଥା ମଧ୍ୟ ସେହି ହୋଟେଲରେ କରାଯାଇଥିଲା। ରାଷ୍ଟ୍ରପତି ସୋମବାର ନୌସେନାର ବନ୍ଦରଗାହରେ ପହଞ୍ଚିବାରୁ ସୁରକ୍ଷା ବ୍ୟବସ୍ଥାର ପାଳନ କରିବାପାଇଁ ସୁରକ୍ଷା ଅଧିକାରୀ ବିବାହ ଉତ୍ସବକୁ ସ୍ଥାନାନ୍ତରିତ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ସୁରକ୍ଷା ଅଧିକାରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ କମ୍ କରି ଦିଆଯାଇଥିଲା ଏବଂ ତାଙ୍କୁ ମଙ୍ଗଳବାର ସକାଳେ କୋଚି ଛାଡ଼ିବାକୁ ପଡ଼ିଥିଲା ଯାହାଦ୍ବାରା ବିବାହରେ କୌଣସି ଅସୁବିଧା ନହେବ।

wp:core-embed/twitter {"url":"https://twitter.com/rashtrapatibhvn/status/1213812159756431361","type":"rich","providerNameSlug":"twitter","className":""}
https://twitter.com/rashtrapatibhvn/status/1213812159756431361
/wp:core-embed/twitter

ପରେ ଏକ ଟ୍ବିଟରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଶୁଭକାମନା ଜଣାଇଥିଲେ।

{"id":208051,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.