ଶେଷରେ ମିଳିଲା ପାସପୋର୍ଟ
21/06/2018 at 7:34 AM

ଧର୍ମ ବଦଳିଆବାକୁ ବାଧ୍ୟ କରୁଥିବା ଲଖନଉ ପାସପୋର୍ଟ ଅଧିକାରୀଙ୍କୁ ବଦଳି କରିଦିଆଯାଇଛି | ଏଥି ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି | ସମ୍ପୃକ୍ତ ପାସପୋର୍ଟ ଅଧିକାରୀଙ୍କ ଦ୍ଵାରା ହତାଶ ହୋଇଥିବା ଆବେଦନକାରୀ ଦମ୍ପତିଙ୍କୁ ପାସପୋର୍ଟ ମିଳିଛି | ପାସପୋର୍ଟ ଅଧିକାରୀ ଦମ୍ପତିଙ୍କୁ ଧର୍ମକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ | ହିନ୍ଦୁ ରୀତିନୀତିରେ ବିବାହ କରି ସ୍ୱାମୀଙ୍କ ନାମ ପରିବର୍ତନ କରିବାକୁ କହିଥିଲେ | ପୁରା ଘଟଣା ନେଇ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଦମ୍ପତି ଟ୍ୱିଟ କରି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ | ଏହାପରେ ତୁରନ୍ତ ଆକ୍ସନ ମୋଡ଼କୁ ଆସିଥିଲା ବିଦେଶ ମନ୍ତ୍ରାଳୟ |