Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଅଳିଆ ଗଦାରୁ ଦମ୍ପତିଙ୍କୁ ମିଳିଲା ଲଟେରୀ ଟିକେଟ; ଜିତିଲେ ୧୨.୬୮ କୋଟି ଟଙ୍କା

25/11/2018 at 6:36 PM

ବିଶ୍ୱାସ ଅଛି ଯେ ଭାଗ୍ୟ କେତେବେଳେ କେଉଁ ମୁହୂର୍ତ୍ତରେ ଚମକିବ ତାହା କେହି କହିପାରିବେନାହିଁ | ତେବେ ଭାଗ୍ୟ ଯେତେବେଳେ ସାଥ ଦେଏ ମାଟି ଧରିଲେ ମଧ୍ୟ ସୁନା ପାଲଟିଯାଏ | ନିକଟରେ ଘଟିଛି ଏମିତି ଏକ ଘଟଣା | ଦମ୍ପତିଙ୍କୁ ଅଳିଆ ଗଦାରୁ ମିଳିଲା ଏକ ଲଟେରୀ ଟିକେଟ ଏବଂ ଦମ୍ପତି ହୋଇଗଲେ କୋଟିପତି |

ଜାଣନ୍ତୁ ପୁରା କାହାଣୀ :
ଆମେରିକାର ଲୁହସିଆନାରେ ଏକ ଦମ୍ପତି ଅଳିଆ ଗଦାରେ ପଡିଥିବା ଏକ ଲଟେରୀ ଟିକେଟରୁ ୧୨.୬୮ କୋଟି ଟଙ୍କା ଜିତିଛନ୍ତି | ତେବେ ଟ୍ୟାକ୍ସ କଟିଯିବା ପରେ ତାଙ୍କୁ ମାତ୍ର ୯ କୋଟି ତାଙ୍କ ମିଳିଥିଲା | ଲଟେରୀ ପାଇଥିବା ଦମ୍ପତି ହେଲେ ହେରୋଲ୍ଡ ଏବଂ ଟିନା |
ସୂଚନାଯୋଗ୍ୟ ଯେ, ଘର ସଫା ବେଳେ ଏହି ଦମ୍ପତିଙ୍କୁ ଲଟେରୀ ଟିକେଟ ମିଳିଥିଲା | ଲଟେରୀଟି ଗତ ଜୁନ ୬ ତାରିଖ ଲୋଟୋର ଥିଲା | ତେବେ ଲଟେରୀର ଫଳ ବହୁତ ପୂର୍ବରୁ ଘୋଷଣା ହୋଇଯାଇଥିଲା | ସେତେବେଳେ ଦମ୍ପତି ଏହି ଟିକେଟକୁ ଖୋଜିଥିଲେ କିନ୍ତୁ ପାଇନଥିଲେ | ଟିକେଟ ନପାଇ ଦମ୍ପତି ନିରାଶ ହୋଇଯାଇଥିଲେ | କିନ୍ତୁ ଲଟେରୀରେ ଦମ୍ପତି ଜିତିଥିବା ନେଇ ଦାବି କରିବା ସୀମିତ ସମୟ ପୂର୍ବରୁ ସେମାନେ ଟିକେଟ ପାଇଯାଇଥିଲେ |

ଦମ୍ପତିଙ୍କ କହିବା ଅନୁଯାୟୀ, ସେମାନେ ବାହାରୁ ବୁଲି ଆସିଲେ | ଏହାପରେ ଘରର ସଫାସଫି କରୁଥିଲେ | ସଫା କଲାବେଳେ ନାଇଟ ଲ୍ୟାମ୍ପ ନିକଟରେ ତାଙ୍କୁ ଏହି ଲଟେରୀ ମିଳିଥିଲା | ଏହାପରେ ସେମାନେ ତୁରନ୍ତ ୱେବସାଇଟ ଯାଇ ଲଟେରୀର ନମ୍ବର ମିଳାଇଥିଲେ | ତେବେ ଜିତିଥିବା ନମ୍ବର ତାଙ୍କ ନମ୍ବର ସହ ମ୍ୟାଚ କରିଥିଲା | ସେମାନେ ଟିକେଟର ଅବଧି ମଧ୍ୟ ଯାଞ୍ଚ କରିଥିଲେ | ତେବେ ଟିକେଟର ଅବଧି ମଧ୍ୟ ଥିଲା |
ନିୟମ ଅନୁଯାୟୀ ଯେକୌଣସି ଲଟେରୀ ଟିକେଟ ଘୋଷଣା ହେବାର ଏହାର ପୁରସ୍କାର ପାଇଁ ୧୮୦ ଦିନ ପର୍ଯ୍ୟନ୍ତ ଦାବି କରାଯାଇ ପାରେ | ଆଉ ୧୫ ଦିନ ପାରେ ଯଦି ଏହି ଦମ୍ପତି ଟିକେଟ ପାଇଥାନ୍ତେ ତାହେଲେ କିଛି ମୂଲ୍ୟ ରହିନଥାନ୍ତା | ଠିକ ସମୟରେ ଏହି ଦମ୍ପତି ଟିକେଟଟି ପାଇଯାଇଥିଲେ | ଏଥିରେ ଭାଗ୍ୟ ତାଙ୍କର ସାଥ ଦେଇଥିଲା |

   Related Posts