ଡ୍ୟାନ୍ସ ଫ୍ଲୋରରେ ସାର୍ବଜନିକ ଶାରୀରିକ ସମ୍ପର୍କ ଲାଗି ଚର୍ଚ୍ଚାରେ ବ୍ରିଟିଶ ଦମ୍ପତ୍ତି, ବର୍ଷକ ଲାଗି ରୋକ ଲଗାଇଲେ ନାଇଟ୍ କ୍ଲବ୍

Published By : Prameya-News7 Bureau | December 28, 2019 IST

କ୍ଲିଥ୍ରୋପସ୍,୨୮।୧୨: ଇଂଲଣ୍ଡର କ୍ଲିଥ୍ରୋପସ୍ ସହରରେ ଏକ ଦମ୍ପତ୍ତି  ସାର୍ବଜନୀକ ସ୍ଥଳରେ ଶାରିରୀକ ସମ୍ପର୍କ ସ୍ଥାପନା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି  ଦମ୍ପତ୍ତି ଏକ ନାଇଟ୍ କ୍ଲବରେ ୫୦୦ ଲୋକଙ୍କ ସାମନାରେ ସେମାନଙ୍କ ପୋଷାକ ଖୋଲି ଶାରୀରିକ ସମ୍ପର୍କ କରିବାରେ ଲାଗିଥିଲେ।  ପ୍ରଥମେ ଯଦିଓ ଲୋକେ ଏସବୁ ଦେଖି ନଦେଖିବା ପରି ଅଭିନୟ କରିଥିଲେ ହେଲେ କେତେକ ଏହାର ମୋବାଇଲ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

{"id":203923,"width":583,"height":594,"sizeSlug":"large"}

ତେବେ  ଦମ୍ପତ୍ତି ଜାଣିଶୁଣି ଚର୍ଚ୍ଚାକୁ ଆସିବା ଲାଗି ଏଭଳି କରିଥିବା ଲୋକେ କହିଛନ୍ତି। କାରଣ ସେମାନେ ଜାଣିଥିଲେ ନାଇଟ୍ କ୍ଲବ୍‌ରେ ସେତେବେଳେ କେତେଲୋକ ଉପସ୍ଥିତ ଥିଲେ। ତେବେ ସେମାନଙ୍କ ଏଭଳି କାର୍ଯ୍ୟକଳାପ ସେତେବେଳେ କ୍ଲବରେ ଥିବା ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା । ତେବେ ସ୍ଥାନୀୟ ପବୱାଚ୍ ଗ୍ରୁପର କହିବା ଅନୁସାରେ, ଏହି ଦମ୍ପତ୍ତିଙ୍କ କାର୍ଯ୍ୟକଳାପକୁ ଏବେ ନିନ୍ଦା କରାଯାଉଛି।

{"id":203924,"width":579,"height":386,"sizeSlug":"large"}

କ୍ଲବ୍ ପକ୍ଷରୁ ଦମ୍ପତ୍ତିଙ୍କ ଲାଗି ଆଗାମୀ ୧ ବର୍ଷ ନିମନ୍ତେ କଟକଣା ଜାରି କରାଯାଇଥିବା ବେଳେ ପବଓ୍ବାଚର ଚେୟାର ମ୍ୟାନ୍ ଏନି ଲୋକମ୍ୟାନ ଏଭଳି କାର୍ଯ୍ୟକଳାପକୁ ଆମେ କେବେବି ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି । ନାଇଟ୍ କ୍ଲବର କର୍ମଚାରୀମାନେ ମଧ୍ୟ ଅଚାନକ ଘଟଣା ଦେଖି ବିଚଳିତ ହୋଇପଡିଥିଲେ। ତେବେ ଖୁବ୍ ଶୀଘ୍ର ସେମାନେ ସ୍ଥିତି ସ୍ଥିତିକୁ ସମ୍ଭାଳି ନେଇଥିଲେ।

{"id":203925,"sizeSlug":"large"}

ଘଟଣା ସମୟରେ ୫୦୦ ରୁ ୬୦୦ ପର୍ଯ୍ୟନ୍ତ ଲୋକ ନାଟ୍ କ୍ଲବରେ ଉପସ୍ଥିତ ଥିଲେ।  ଆବଶ୍ୟକତାରୁ ଅଧିକ ମଦ ପିଇ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ଉପରେ କ୍ଲବ୍‌ର କର୍ମଚାରୀ ନଜର ରଖିଥିଲେ। ଆଉ ଠିକ୍ ସେହି ସମୟରେ ଏହି ଘଟଣା ଘଟିଥିଲା। ତେବେ କୌଣସି ଦମ୍ପତ୍ତି ଜାଣିଶୁଣି ଏଭଳି କରିନଥାନ୍ତି, ବୋଧ ହୁଏ ସେମାନେ ଅଧିକ ନିଶା​‌ରେ ଥିଲେ ବୋଲି କୋଲମ୍ୟାନ୍ କହୁଛନ୍ତି।ତେବେ ଏହି ମାମଲାରେ କପଲଙ୍କୁ ପୋଲିସ ଗିରଫ କରିଛି କି ନାହିଁ ତାହା ଜଣାପଡିନାହିଁ। କାରଣ ସାର୍ବଜନୀକ ସ୍ଥାନରେ ସେକ୍ସ କରିବା ବ୍ରିଟିଶ ଆଇନ ଅନୁସାରେ ଅପରାଧ । ପୋଲିସ ମାମଲା ରୁଜୁ କଲେ କପଲଙ୍କ ବିରୋଧରେ ୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜରିମନାବି ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.