Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରି- ୱେଡିଙ୍ଗ ଫଟୋସୁଟ ବେଳେ ଓଲଟି ପଡିଲା ଡଙ୍ଗା : ପାଣିରେ ଉବୁଟୁବୁ ହେଲେ ଦମ୍ପତ୍ତି, ଭିଡିଓ ଭାଇରାଲ

ତିରୁବଲ୍ଲା ୧୯/୪ : ବିବାହ ପୂର୍ବରୁ ପ୍ରି- ୱେଡିଙ୍ଗ ଫଟୋସୁଟର ଆଜିର ଯୁବପିଢୀ ପାଇଁ କ୍ରେଯ ପାଲଟିଛି | ନିଜର ବିବାହ ପୂର୍ବର ମୁହୂର୍ତ୍ତ ଗୁଡିକ ସ୍ମୃତିରେ ସାଇତି ରଖିବା ପାଇଁ ଏବେ ପ୍ରି- ୱେଡିଙ୍ଗ ଫଟୋସୁଟ କରାଯାଉଛି | ଏଥିପାଇଁ ଲୋକେ କ୍ୟାମେରାମ୍ୟାନ ସହ କୌଣସି ପାର୍କ, ପୋଖରୀ, ନଦୀ, ଭଲ ସ୍ୱଇମିଙ୍ଗ ପୁଲ ଆଦି ବିଭିନ୍ନ ଜାଗାକୁ ଯାଇ ଫଟୋସୁଟ କରୁଛନ୍ତି |

କିନ୍ତୁ ଜଣେ ଦମ୍ପତ୍ତି ପାଇଁ ପ୍ରି- ୱେଡିଙ୍ଗ ଫଟୋସୁଟ କରିବା ମହଙ୍ଗା ପଡିଲା | କେରଳର ଜଣେ ଦମ୍ପତ୍ତିଙ୍କ ସହ ଏମିତି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି | ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |


କେରଳ ତିରୁବଲ୍ଲାରେ ରହୁଥିବା ତିଜିନ ଏବଂ ଶିଳ୍ପାଙ୍କ ବିବାହ ମେ ୬ ତାରିଖରେ ଅଛି | ଉଭୟ ବିବାହ ପୂର୍ବରୁ ପଠାନମଠିତ୍ତା ଜିଲ୍ଲାର ପମ୍ବା ନଦୀରେ ପ୍ରି- ୱେଡିଙ୍ଗ ଫଟୋସୁଟ କରୁଥିଲେ | ଉଭୟ ଏକ ଡଙ୍ଗାରେ ବସି ଫଟୋସୁଟ କରୁଥିଲେ | ଉଭୟ ନିଜ ମୁଣ୍ଡ ଉପରେ କଦଳୀ ପତ୍ର ରଖିଥିଲେ | ଏତିକିବେଳେ ତାଙ୍କ ଡଙ୍ଗା ଓଲଟି ଯାଇଥିଲେ |

ସଂଗେ ସଂଗେ ସେଠାରେ ଉପସ୍ଥିତ ଲୋକେ ଉଭୟଙ୍କୁ ସେଠାରୁ ଉଦ୍ଧାର କରିଥିଲେ | ଘଟଣାକୁ ୱେଡ ପ୍ଳାନର ନିଜ ୱେଡିଙ୍ଗ ସ୍ଟୁଡ଼ିଓର ଫେସବୁକ ପେଜରେ ସେୟାର କରିଥିଲେ | ଭିଡିଓ ସେୟାର କରିବା ପରେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଭିଡିଓକୁ ଏବେ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି | ହଜାରେରୁ ଅଧିକ ଲୋକ ଭିଡିଓକୁ ସେୟାର କରିସାରିଛନ୍ତି |

998 Views

   ସମ୍ବନ୍ଧିତ ଖବର