ବିଦ୍ୟୁତ୍ ଆଘାତ ଲାଗି ଦମ୍ପତ୍ତିଙ୍କ ମୃତ୍ୟୁ

Published By : Prameya-News7 Bureau | September 04, 2019 IST

ବଲାଙ୍ଗିର ୪।୯: ବଲାଙ୍ଗିରରେ ବିଦ୍ୟୁତ୍ ଆଘାତ ଲାଗି ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସ୍ବାମୀ ହେମନ୍ତ ନାଗ ଓ ତାଙ୍କ ସ୍ତ୍ରୀ ରଜନୀ ନାଗ ।

ସୂଚନାଯୋଗ୍ୟ ଯେ, ଲୁଗା ଶୁଖାଉଥିବା ବେଳେ ପ୍ରଥମେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ରଜନୀ । ସ୍ତ୍ରୀ ରଜନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ହେମନ୍ତଙ୍କୁ ମଧ୍ୟ ବିଦ୍ୟୁତ୍ ଝଟକା ଲାଗିଥିଲା । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଲୋଇସିଂହା ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.