ବିବାହର ଉପହାର ଅର୍ଥକୁ ଚାରିଟି ପାଇଁ ସଞ୍ଚୟ କଲେ ନବଦମ୍ପତ୍ତି, ଅତିଥିଙ୍କୁ ପ୍ରତି ଉପହାରରେ ବାଣ୍ଟିଲେ ଗଛ

Published By : Prameya-News7 Bureau | December 12, 2020 IST

ଚଣ୍ଡିଖୋଲ ୧୨।୧୨: କରୋନା କଟକଣା ଭିତରେ ଚାଲିଛି ବିବାହ ଉତ୍ସବ । ଏଭିତରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ନିକଟ ତରାସ ଗ୍ରାମରେ । ଜିଲ୍ଲାର ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରାଙ୍କ ସାଗରତନୟାଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶୁକ୍ରବାର ଥିଲା ଉଭୟଙ୍କର ରିସେପସନ ପାର୍ଟି । ଅଭିନୟ ଉପାୟରେ ଏହି ରିସେପସନ ପାର୍ଟି ପାଳନ ହେଉଥିବା ଦେଖିବାକୁ ମିଳିଛି ।

{"id":376398,"sizeSlug":"large","linkDestination":"none"}

ବିବାହ ଉତ୍ସବର ମଞ୍ଚ ଉପରେ ଏକ ଚାରିଟି କ୍ୟାସ୍ ବକ୍ସ ରଖାଯାଇଥିଲା । ନିମନ୍ତ୍ରିତ ଅତିଥିମାନଙ୍କ ଆଶୀର୍ବାଦ ତଥା ଉପହାର ସ୍ବରୂପ ଅର୍ଥକୁ ଏହି ବକ୍ସରେ ପକାଇବାକୁ ଉଭୟ ବର ଓ କନ୍ୟା ନିବେଦନ କରିଥିଲେ । ଏହି ଅର୍ଥ ଅନାଥ ଆଶ୍ରମକୁ ପ୍ରଦାନ କରାଯିବା ସହ ବାପା-ମା’ ଛେଉଣ୍ଡ ତଥା ନିସଙ୍ଗ ଶିଶୁଙ୍କ ଉପକାରରେ ଆସିବ ବୋଲି ସରୋଜକାନ୍ତ କହିଛନ୍ତି ।

{"id":376399,"sizeSlug":"large","linkDestination":"none"}

କେବଳ ଏତିକି ନୁହେଁ ବୃକ୍ଷ ହିଁ ଆମର ଜୀବନ ଓ ପ୍ରକୃତ ସାଥୀର ବାର୍ତ୍ତା ଦେବା ସହ ମଞ୍ଚ ସାରା ଭଳିକି ଭଳି ବୃକ୍ଷର ପସରା ଥୁଆ ଯାଇଥିଲା । ନିମନ୍ତ୍ରିତ ଅତିଥିଙ୍କ ଉପହାରର ପ୍ରତି ଉପହାର ସ୍ବରୂପ ଗୋଟିଏ ଲେଖାଏଁ ଗଛ ଉଭୟ ନବଦମ୍ପତ୍ତି ପ୍ରଦାନ କରି ଆଶୀର୍ବାଦ କାମନା କରିଥିଲେ ।

{"id":376400,"sizeSlug":"large","linkDestination":"none"}

ବିବାହ ପୂର୍ବରୁ ସରୋଜ ନିଜର ନିମନ୍ତ୍ରଣ ପତ୍ରରେ ଗଛ ଓ କନ୍ୟାରତ୍ନର ସୁରକ୍ଷା ସହ ଗାଡି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ତେବେ ବିବାହ ସମୟରେ ଏଭଳି ନିଆରା ଚିନ୍ତାଧାରା ପାଇଁ ଉଭୟ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.