Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଗୋଟିଏ ଯୁଇରେ ଜଳିଲା ବୃଦ୍ଧ ଦମ୍ପତ୍ତିଙ୍କ ଚିତା : ଚା ପତ୍ତି ବଦଳରେ ମିଶାଇଦେଇଥିଲେ କୀଟନାଶକ

23/11/2020 at 3:48 PM

ଅଶୋକ ନଗର ୨୩/୧୧: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାରେ ବୟସ୍କ ଦମ୍ପତ୍ତିଙ୍କ ପାଇଁ ସକାଳେ ଚା ପିଇବାର ଅଭ୍ୟାସ କାଳ ହୋଇଛି। ବୃଦ୍ଧାଙ୍କ ଦୁର୍ବଳ ଆଖି ଚା ପତ୍ତିକୁ ଚିହ୍ନି ପାରିନଥିଲା। ଚା-ପତ୍ତି କମ୍ ହେବାରୁ ବୃଦ୍ଧା ଅନ୍ୟ ରୁମରୁ ଚା ପତ୍ତି ବଦଳରେ କୀଟନାଶକ ଉଠାଇ ଆଣିଥିଲେ ଏବଂ ଫୁଟନ୍ତା ପାଣିରେ କୀଟନାଶକ ପକାଇ ଦେଇଥିଲେ। ଏହି ଚା ପିଇବା ଫଳରେ ବୟସ୍କ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ତାଙ୍କ ପୁଅ ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ।

ମୁଙ୍ଗାବଲି ଅଞ୍ଚଳରେ ରହୁଥିବା ବୟସ୍କ ଦମ୍ପତ୍ତି ଶ୍ରୀକିଶାନ ସେନ ଏବଂ କୋମଳବାଈଙ୍କ ପାଇଁ ସକାଳ ଚା ଶେଷ ଚା ହେବ ବୋଲି କେହି ଭାବିନଥିଲେ। ପ୍ରତି ଦିନ ଭଳି ସ୍ବାମୀ ଶ୍ରୀକିଶାନ ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ସ୍ତ୍ରୀ କୋମଳବାଈ ରୋଷେଇ ଘରକୁ ଯାଇଥିଲେ ଏବଂ ଚା ପ୍ରସ୍ତୁତ କରିଥିଲେ। ଚା ପତ୍ତି ସରି ଯାଇଥିବାରୁ ସେ ଅନ୍ୟ ରୁମକୁ ଯାଇଥିଲେ। ବୃଦ୍ଧାଙ୍କ ଆଖି ଦୁର୍ବଳ ଥିଲା ଯାହା ଫଳରେ ସେ ଠିକଭାବେ ଦେଖି ପାରୁନଥିଲେ। ଏହି କାରଣରୁ ସେ ଚା ପତ୍ତି ବଦଳରେ ପ୍ୟାକେଟରେ ଥିବା କୀଟନାଶକ ଉଠାଇ ଆଣିଥିଲେ।

 ରୋଷେଇ ଘରକୁ ଆସି ସେ ଫୁଟନ୍ତା ପାଣିରେ କୀଟନାଶକ ପକାଇ ଦେଇଥିଲେ। ନିଜ ସ୍ବାମୀଙ୍କୁ ଚା​‌ ଦେଇଥିଲେ ଏବଂ ପୁଅଙ୍କୁ ଉଠାଇବା ପରେ ନିଜେ ମଧ୍ୟ ଚା ପିଇଥିଲେ। ଚା ପିଇବା ପରେ ଶ୍ରୀକିଶାନ ସେନ ସାଇକେଲରେ ମନ୍ଦିରକୁ ବାହାରି ଥିଲେ। ସେ କିଛି ସମୟ ଯିବା ପରେ ମୁଣ୍ଡ ବୁଲାଇ ପଡ଼ି ଯାଇଥିଲେ। ଏହି ସମୟରେ ପୁଅ ଚା ପିଇବାରୁ ଏହା ତାଙ୍କୁ କଡ଼ା ଲାଗିଥିଲା। ସେ ଆଉ ଚା ପିଇନଥିଲେ। ଏହି ସମୟରେ ପଡ଼ୋଶୀ ଶ୍ରୀକିଶାନଙ୍କ ଖବର ନେଇ ତାଙ୍କ ଘରକୁ ଯାଇଥିଲେ।

ଶ୍ରୀକିଶାନଙ୍କୁ ମୁର୍ମୂ​‌ଷୁ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସେପଟେ ଘରେ ଥିବା କମଲାବାଇ ଏବଂ ପୁଅ ଜିତେନ୍ଦ୍ରଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଥିଲା। ଉଭୟଙ୍କୁ ପରିବାର ଲୋକେ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତର କମଲାବାଈଙ୍କୁ ମୃତ ଘୋଷିତ କରିଥିଲେ। ଜିଚେନ୍ଦ୍ର ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ।

ମାମଲାର ସୂଚନା ମିଳିବା ମାତ୍ରେ ମୁଗାବଳୀ ଥାନା ମୁଖ୍ୟ ଘଟଣାସ୍ଥଳ​‌ରେ ପହଞ୍ଚି ଥିଲେ। ମାମଲାର ତଦନ୍ତ କରାଯାଉଛି। ଏକା ସାଙ୍ଗରେ ବୟସ୍କ ଦମ୍ପତ୍ତିଙ୍କ ମୃତ୍ୟୁରେ ପୂରା ପରିବାରରେ ଶୋକର ଲହରୀ ଖେଳି ଯାଇଛି। ଗୋଟିଏ ଚିତାରେ ଉଭୟଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

   Related Posts