ବାଇକ୍କୁ ଧକ୍କା ଦେଲା ଟ୍ରକ୍, ସ୍ବାମୀ-ସ୍ତ୍ରୀ ମୃତ
15/01/2020 at 2:43 PM

ଢେଙ୍କାନାଳ ୧୫।୧: ଢେଙ୍କାନାଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍ କୁ ଟ୍ରକ୍ ଦେବା ଫଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳରୁ ଅନୁଗୋଳ ଅଭିମୁଖେ ବାଇକ୍ ଯୋଗେ ଦମ୍ପତ୍ତି ଯାଉଥିଲେ । ଡିପିଏସ ସ୍କୁଲ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ସ୍ବାମୀ ଯାଜପୁର ଗୁପ୍ତା ମୋଟର୍ସର କର୍ମଚାରୀ ବୋଲି ଜଣାପଡିଛି ।
Related Posts
ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘାଟିତ
28 February 2021
ଭଦ୍ରକ ବାର୍ ଆସୋସିଏସନ ପକ୍ଷରୁ ବାର୍ଷିକ ସମାରୋହ ପାଳିତ
28 February 2021