ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା! ଘରେ ପଡିଥିଲା ମୃତଦେହ, ବାଲକୋନିରେ କାନ୍ଦୁଥିଲା ଝିଅ

Published By : Prameya-News7 Bureau | April 09, 2021 IST

ମୁମ୍ୱାଇ୯/୪:  ଆମେରିକାରେ ଭାରତୀୟ ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ । ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି ମୃତଦେହ । ଗତ ବୁଧବାର ଘଟିଛି ଏହି ଘଟଣା ।  ବାଲକୋନିରେ କୁନି ଝିଅ କାନ୍ଦୁଥିବା ଦେଖି ପଡୋଶୀମାନେ ଘଟଣା ବିଷୟରେ ପୋଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ ।

ଆମେରିକା ଗଣମାଧ୍ୟମରୁ ପ୍ରକାଶ ଯେ, ଗତ ବୁଧବାର ଦକ୍ଷିଣ ଆର୍ଲିଙ୍ଗଟନ ଆପାର୍ଟମେଣ୍ଟରେ ବାଲାଜୀ ଭାରତ ରୁଦ୍ୱଓ୍ୱାର ଓ ଆରତୀ ବାଲାଜୀ ରୁଦ୍ରଓ୍ୱାର ନାମକ ଦମ୍ପତ୍ତି ଘର ଭଡା ନେଇ ରହୁଥିଲେ । ଏଠାରେ ପାଖାପାଖି ୧୫୦୦ ଲୋକ ରହୁଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଝିଅ ଅଛି । ତେବେ ହଠାତ୍ ବୁଧବାର ବାଲକୋନିରେ ୪ ବର୍ଷର ଝିଅ କାନ୍ଦୁଥିବା ପଡୋଶୀ ଦେଖିବାକୁ ପାଇଥିଲେ । ଘର ଖୋଲି ଦେଖିବାରୁ ବାଲାଜୀ ଦମ୍ପତ୍ତିଙ୍କ ମୃତଦେହ ପଡିଥିଲା । ପରେ ସେମାନେ ପୋଲିସ ଓ ପରିବାରକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

ତେବେ ପ୍ରାଥମିକ ତଦନ୍ତରୁ ଦମ୍ପତ୍ତିଙ୍କୁ କେହି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ମୃତ ଭାରତ ବାଲାଜୀଙ୍କ ବାପାଙ୍କ କହିବା କଥା ମୋ ପୁଅ ବୋହୁଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ଥିଲା । ଆମେ ଆଉ କିଛିଦିନ ପରେ ଆମେ ପୁଅ ବୋହୁଙ୍କ ପାଖରେ ଯାଇ ଆମେରିକାରେ ରହିବାର ଥିଲା । ଏପରିକି ମୋ ବୋହୁ ୭ ମାସର ଅନ୍ତସତ୍ତ୍ୱା ବି ଥିଲା । ହେଲେ କଣ ପାଇଁ ଏମିତି ହେଲା, ଏମାନଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଆମ ନାତୁଣୀ ପୁଅର ସାଙ୍ଗ ଘରେ ରହୁଛି । ଆହୁରି ୮ରୁ ୧୦ ଦିନ ଲାଗିପାରେ ପୁଅର ମୃତଦେହ ଭାରତ ଆସିବାକୁ । ତୋବେ ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.