ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | October 19, 2020 IST

ବଲାଙ୍ଗୀର ୧୯।୧୦: ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଶାନ୍ତିପଡା ଚନ୍ଦ୍ରଶେଖର ନଗର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

{"id":346936,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଶାନ୍ତିପଡା ଚନ୍ଦ୍ରଶେଖର ନଗର ଅଞ୍ଚଳରେ ଏକ ପରିତ୍ୟକ୍ତ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ହେଲେ ଦେଓଗାଁ ଥାନା କୁଡସିଂଗା ଗାଁର ବୃନ୍ଦାବନ ସାହୁ । ତାଙ୍କ ବୟସ ୮୨ ବର୍ଷ । ବୃଦ୍ଧା ଜଣଙ୍କ ହେଲେ ନିରାଶ ସାହୁ । ତାଙ୍କ ବୟସ ୮୦ ବର୍ଷ ।

{"id":346937,"sizeSlug":"large"}

ତେବେ ପରିବାର ଲୋକେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ପଚାରୁ ନଥିବାରୁ ଉଭୟ ଆସି ବଲାଙ୍ଗୀର ଆସି ଏକ ପରିତ୍ୟକ୍ତ ଘରେ ରହୁଥିଲେ । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.