ବନ୍ଦ ଘରୁ ଏନ୍‌ଆଇଟି ପ୍ରଫେସର ଏବଂ ପତ୍ନୀଙ୍କ ମୃତଦେହ ଉଦ୍ଧାର, ଦୁର୍ଗନ୍ଧ ହେବାରୁ ଜଣାପଡିଲା ଘଟଣା

Published By : Prameya-News7 Bureau | August 17, 2019 IST

ରାଉରକେଲା ୧୭|୮: ରାଉରକେଲା ଏନଆଇଟି କ୍ବାର୍ଟରରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦମ୍ପତ୍ତି ହେଲେ ପ୍ରଫେସର ଆର୍ କେ ବାଲାନ ଏବଂ ତାଙ୍କ ପତ୍ନୀ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":145164}

ସୂଚନାଯୋଗ୍ୟ ଯେ, ରାଉରକେଲା ଏନଆଇଟିରେ ଗତ ୭ବର୍ଷ ହେବ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ ଆର୍ କେ ବାଲାନ । ୫ବର୍ଷ ହେବ ତାଙ୍କର ବିବାହ ହୋଇଥିଲା । ତାଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି । ପ୍ରଫେସର ଏବଂ ତାଙ୍କ ପତ୍ନୀ ଏନଆଇଟି କ୍ବାର୍ଟରରେ ରହୁଥିଲେ । ତେବେ ଦୁଇ ଦିନ ହେଲା ତାଙ୍କ ଘର ବନ୍ଦ ଥିଲା । ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହୋଇଥିଲା । ଫଳରେ ସ୍ଥାନୀୟଲୋକ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ ।

{"id":145165}

ଖବର ପାଇ ଘଟଣାସ୍ଥଳରେ ସେକ୍ଟର ୩ ଥାନା ପୋଲିସ ପହଞ୍ଚିଥିଲା । ତେବେ ବନ୍ଦ ଥିବା ଘର ଭିତରୁ ପୋଲିସ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଉଭୟଙ୍କ ମୃତଦେହ ଖଟ ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପୋଲିସ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଚଳାଇଛି ।

{"id":145166}

ତେବେ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ତେବେ ପୋଲିସର ତଦନ୍ତ ପରେ ଘଟଣା ସ୍ପଷ୍ଟ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.