ନୂଆପଡାରେ ଭାଲୁ ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | June 10, 2019 IST

ନୂଆପଡା ୧୦/୬ : ନୂଆପଡା ଜିଲ୍ଲା ଖରିଆର ରୋଡ ରେଞ୍ଜ ହଳଦି ଗାଁରେ ଘଟିଛି ଅଘଟଣ । ଭାଲୁ ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ନୂଆପଡା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ସ୍ବାମୀ ହେଲେ ଭାଗବାଇ ପାଣ୍ଡେ ଓ ତାଙ୍କ ସ୍ତ୍ରୀ ଛବି ପାଣ୍ଡେ । ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ପ୍ରଥମେ ମହିଳାଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ଛଡ଼ାଇବାକୁ ଯାଇ ସ୍ବାମୀ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.