ବୟସ୍କ ଦମ୍ପତ୍ତି ସୁପର୍‌ ସ୍ପ୍ରେଡ଼ର୍ : ଯୁଆଡେ ଗଲେ ସିଆଡେ ଲୋକଙ୍କୁ ସଂକ୍ରମିତ କଲେ, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରୁଛି ପ୍ରଶାସନ

Published By : Prameya-News7 Bureau | October 30, 2021 IST

ବେଜିଂ ୩୦/୧୦ : ବିଶ୍ବରେ କରୋନା ସଂକ୍ରମଣ ଧିାର ଧିରେ ଆୟତକୁ ଆସୁଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ବଢିଲାଣି ସଂକ୍ରମଣ । ଚୀନର ରାଜଧାନୀ ବେଜିଂରେ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧି ପାଇବାକୁ ଲାଗିଲାଣି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାରେ ହାହାକାର ପଡିଲାଣି । କିଛି ସହରରେ ପୁଣି ଲକଡାଉନ ଆରମ୍ଭ ହୋଇଗଲାଣି । ଶନିବାର ପୁଣି ଥରେ ଚୀନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ମଧ୍ୟ ଅଧିକ ସଂଖ୍ୟାରେ କରାଯାଉଛି । ହୋଟେଲ ଗୁଡିକରେ ଯାତ୍ରୀ ରହିବା ଉପ​‌ରେ ପୁଣି କଟକଣା ଜାରି କରିଛନ୍ତି ସରକାର ।

ଚାଇନାର ସ୍ବାସ୍ଥ୍ୟ ବିଭାଗ କହିବା ଅନୁଯାୟୀ, ଦେଶର ଭିନ୍ନ ଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ପୁଣି ବୃଦ୍ଧିପାଇବା ଆରମ୍ଭ ହୋଇଗଲାଣି । ବେଜିଂରୁ ଚିହ୍ନଟ ହୋଇଥିବା ୫ ଜଣ ସଂକ୍ରମିତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିଲେ । ଅକ୍ଟୋବର ୧୨ ତାରିଖରୁ ୧୫ ତାରିଖ ଯାଏଁ ଏମାନେ ବିଭିନ୍ନ ସ୍ଥାନକୁ ଯାଇଥିଲେ । ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ସଂସ୍ପର୍ଶରେ ଆସି ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ସାଂଘାଇର ବୟସ୍କ ଦମ୍ପତ୍ତି ରହିଛନ୍ତି । ସେମାନେ ଶିୟାନ ସମେତ ଅନେକ ସହର ଯାଇଥିଲେ ଏବଂ ପରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ବୟସ୍କ ଦମ୍ପତ୍ତି ଦ୍ବୟ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ ପ୍ରକ୍ରିୟ ଆରମ୍ଭ କରିଛନ୍ତି ସରକାର । ଏହି ଦମ୍ପତ୍ତିଙ୍କ ଦ୍ବାରା ହିଁ ପୁଣି ଥରେ ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା କରାଯାଉଛି ।  

ତିନି ଦିନ ମଧ୍ୟରେ ତାଙ୍କ ସହ ସହ ମିଶିଥିବା ଶହେରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସହିତ ଯାତ୍ରା କରିଥିବା ଅନ୍ୟ ପାଞ୍ଚ ଜଣ ଲୋକ ମଧ୍ୟ ପରେ ସଂକ୍ରମିତ ହୋଇଥିବା ଜଣାପଡିଛି । ହଂକଂର ଦକ୍ଷିଣ ଚାଇନା ମର୍ନିଂ ପୋଷ୍ଟର ଖବର ଅନୁଯାୟୀ, ଚିହ୍ନଟ କରିବା ପାଇଁ ଅନେକ ସହରରେ ଯାଞ୍ଚ ଆରମ୍ଭ କରାଯାଇଥିଲା । ଯେଉଁଠାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏହା ସହିତ ଆଉ କିଛି ଲୋକଙ୍କୁ ଖୋଜି ବାହାର କରିବା ପାଇଁ ପ୍ରକ୍ରିୟ ଜାରି ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.