ସ୍ପଷ୍ଟ ଦିବାଲୋକରେ ଐତିହାସିକ ସ୍ଥଳରେ ଶାରୀରିକ ସଂପର୍କ, ରେଡ୍ ହ୍ୟାଣ୍ଡରେ ଧରା ପଡିଲେ ଦମ୍ପତ୍ତି

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ ୨୮।୧୦: କାମନା ବାସନାରେ ଲୋକେ ସ୍ଥାନକାଳ ପାତ୍ର ଭୁଲି ଯାଆନ୍ତି। କିଛି କ୍ଷଣିକ ସୁଖ ପାଇଁ ନିଜର ମାନ ସମ୍ମାନକୁ ମଧ୍ୟ ବାଜିରେ ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।  ଏମିତି ଏକ ଘଟଣା ଥାଇଲାଣ୍ଡରେ ଘଟିଛି। ଜଣେ ପୁରୁଷ ଏବଂ ମହିଳା ଦେଶର ପ୍ରାଚୀନ ଐତିହାସିକ ବୌଦ୍ଧକୀର୍ତ୍ତିରାଜିରେ ସେକ୍ସ କରୁଥିବା ସମୟରେ ଧରା ପଡିଛନ୍ତି। ଉଭୟଙ୍କୁ ସ୍ଥାନୀୟ ଲୋକେ ପୋଲିସର ଜିମାରେ ଦେଇଛନ୍ତି।

ଏକ ଦମ୍ପତ୍ତି ଐତିହାସିକ ବୌଦ୍ଧ ସ୍ମାରକରେ ସେକ୍ସ କରୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇ ଯାଇଛି। ସୂଚନା ଅନୁଯାୟୀ, ଅକ୍ଟୋବର ୨୨ରେ ସ୍ଥାନୀୟ ଲୋକେ ଐତିହାସିକ ସ୍ଥଳରେ ଭିଡିଓ ସୁଟ୍ କରୁଥିଲେ। ଏହି ସମୟରେ କାମୁକ ପୁରୁଷ ଏବଂ ମହିଳା ସେକ୍ସ କରୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସ୍ଥାନୀୟ ପୋଲିସକୁ ଏହାର ସୂଚନା ଦିଆଯାଇଥିଲା। ପୋଲିସ ୪୨ ବର୍ଷୀୟ ମହିଳା ସିରିରାଣୀ ଏବଂ ୪୮ ବର୍ଷୀୟ ପୁରୁଷ ଚଲେରାମଙ୍କୁ ଗିରଫ କରିଛି। ଏହି ଘଟଣା ଥାଇଲାଣ୍ଡର ଚିୟାଙ୍ଗ ମାଇର ଏକ ଐତିହାସିକ ବୌଦ୍ଧ ସ୍ମାରକରେ ଘଟିଛି।

{"id":534684,"width":825,"height":674,"sizeSlug":"full","linkDestination":"none"}

ଉଭୟ ଦିନ ଦ୍ଵିପ୍ରହରରେ ଐତିହାସିକ ସ୍ଥଳରେ ଶାରୀରିକ ସଂପର୍କ ରଖୁଥିବା ପୋଲିସ ନିକଟରେ ସ୍ଵୀକାର କରିଛନ୍ତି। ମହିଳା ଏବଂ ପୁରୁଷ କହିଛନ୍ତି ଯେ, ସେମାନେ ପୂର୍ବତନ ପ୍ରେମିକ ଓ ପ୍ରେମିକା। ସାର୍ବଜନୀନ ସ୍ଥାନରେ ସେକ୍ସ କରିବା ଆମର କୌଣସି ଉଦ୍ଦେଶ୍ୟ ନଥିଲା। ହେଲେ ଦୁହେଁ ଯେତେବେଳେଗୋଟିଏ ଦିନ ଟ୍ରିପରେ ଗଲେ ପରସ୍ପରର ନିକଟତର ହୋଇ ଯାଇଥିଲେ। ଐତିହାସିକ ସ୍ଥଳରେ ଆଲିଙ୍ଗନ ଏବଂ ଚୁମ୍ବନ କରିବା ବେଳେ ସେମାନେ ନିଜକୁ ନିୟନ୍ତ୍ରଣ କରି ପାରିନଥିଲେ ଏବଂ ଶାରୀରିକ ସଂପର୍କ ରଖୁଥିଲେ ବୋଲି ଉଭୟ ପ୍ରେମୀଯୁଗଳ କହିଛନ୍ତି।

ଚେଲେରାମ  କହିଛନ୍ତି, ମୁଁ ଭାବିଲି ଐତିହାସିକ ସ୍ଥଳର ପଛ ପାର୍ଶ୍ଵରେ ଆମେ ସେକ୍ସ କରୁଥିବାର ଦୃଶ୍ୟ କେହି ଦେଖି ପାରିନଥିବେ, କାରଣ ସ୍ଥାନଟି ଅଢୁଆଳରେ ରହି ଯାଉଥିଲା। ଐତିହାସିକ ସ୍ଥଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୋର ଏହି କାମ ପାଇଁ ମୁଁ ଚିୟାଙ୍ଗ ମାଇର ବାସିନ୍ଦାଙ୍କୁ କ୍ଷମା ମାଗୁଛି ଏବଂ ପ୍ରତିଜ୍ଞା କରୁଛି ଯେ, ଏଭଳି ଭୁଲ ଆଉ କେବେ କରିବିନି ବୋଲି ଚେଲେରାମ କହିଛନ୍ତି।

ପୋଲିସ କହିଛି, ଆମ ତଦନ୍ତରୁ ଜଣା ପଡିଛି ଯେ, ଉଭୟ ପୁରୁଷ ଏବଂ ମହିଳା ଅଲଗା ଅଲଗା ସହରର। ହେଲେ ପରସ୍ପରକୁ ଭେଟିବା ପାଇଁ ଉଭୟ ଏହି ଐତିହାସିକ ସ୍ଥଳୀକୁ ବାଛିଥିଲେ। ଜେରା ପରେ ଉଭୟ ନିଜର ଦୋଷ ସ୍ଵୀକାର କରିଥିବା ପୋଲିସ କହିଛି। ଏପରି ଘଟଣାର ଯେମିତି ପୁନରାବୃତ୍ତି ନଘଟେ, ଏହା ଉପରେ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନ ପୋଲିସକୁ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.