Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିମାନରେ ଚୁମ୍ବନ କରିବାକୁ ଲାଗିଲେ ଦମ୍ପତ୍ତି, ପରିସ୍ଥିତି ଏମିତି ହେଲା ଯେ କମ୍ବଳ ଧରାଇଦେଲେ ଏୟାରହୋଷ୍ଟେସ୍

27/05/2021 at 5:02 PM

ଇସଲାମାବାଦ ୨୭।୫: ପାକିସ୍ତାନର ଏକ ଯାତ୍ରୀବାହୀ ବିମାନରେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା । କରାଚି ସହରରୁ ଇସଲାମାବାଦ ଯାଉଥିବା ଏକ ଦମ୍ପତ୍ତି ପ୍ରେମରେ ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ ସେମାନେ ମଝି ଆକାଶରେ ଚୁମ୍ବନ କରିବାକୁ ଲାଗିଥିଲେ । ପାକିସ୍ତାନୀ ଦମ୍ପତ୍ତି ବିମାନ ଭିତରେ ଏଭଳି ଚୁମ୍ବନ କରିବା ପରେ ପାଖରେ ବସିଥିବା ଯାତ୍ରୀମାନେ ଭୀଷଣ ରାଗିଯାଇଥିଲେ । ସେମାନେ ଏହାକୁ ବିରୋଧ କରିବାକୁ ଲାଗିଥିଲେ । ପରିସ୍ଥିତି ଏମିତି ହେଲା ଯେ, ଶେଷରେ ଏୟାର ହୋଷ୍ଟେସ ସେମାନଙ୍କୁ କମ୍ବଳ ଦେବାକୁ ପଡିଥିଲା ।

ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ମେ’ ୨୦ ତାରିଖରେ ଏୟାରବ୍ଲୁ କମ୍ପାନୀର ପିଏ-୨୦୦ ବିମାନରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ଚତୁର୍ଥ ଧାଡିରେ ବସିଥିବା ଦମ୍ପତ୍ତି ପ୍ରଥମେ ଚୁମ୍ବନ ଦେବା ଆରମ୍ଭ କରିଥିଲେ । ଏହାପରେ ସେଠାରେ ବସିଥିବା ଅନ୍ୟ ଯାତ୍ରୀମାନେ ଏହି ଦମ୍ପତ୍ତିଙ୍କୁ ଏପରି କରିବା ବନ୍ଦ କରିବାକୁ ଏୟାର ହୋଷ୍ଟେସଙ୍କୁ ଅନୁରୋଧ କରିଥିଲେ । ଏୟାର ହୋଷ୍ଟେସଙ୍କ ଅନୁରୋଧକୁ ଏହି ଦମ୍ପତ୍ତି ଧ୍ୟାନ ଦେଇନଥିଲେ ।

ଏହାପରେ ଏୟାର ହୋଷ୍ଟେସ ଉପାୟଶୂନ୍ୟ ହୋଇ ଏହି ଦମ୍ପତ୍ତିଙ୍କୁ ଏକ କମ୍ବଳ ଦେଇଥିଲେ । ଏହାଦ୍ବାରା ସେମାନେ କମ୍ବଳ ଭିତରେ ଯାହା କରିବେ । ଯାତ୍ରୀମାନେ କହିଥିଲେ ଯେ, ସେମାନେ ମଧ୍ୟ ଏହି ଦମ୍ପତ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଶୁଣିନଥିଲେ । ଓଲଟା ସେମାନେ ଉତକ୍ଷିପ୍ତ ହୋଇଉଠିଥିଲେ । ଦମ୍ପତ୍ତି କହିଥିଲେ ଯେ, ଆପଣ କିଏ, ଆମକୁ ଏହା କହିବାକୁ ? ମାମଲାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି ।

   Related Posts