Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାର୍କରୁ ପ୍ରେମୀଯୁଗଳଙ୍କୁ ଧରିଲା ପୋଲିସ ; ଯୁବତୀ କହିଲେ, ‘ତଦନ୍ତ ପରେ କରିବ ଆଗ ଏହା ଦେଖ’… ତାପରେ…

25/08/2019 at 5:21 PM

ଇନ୍ଦୋର ୨୫|୮: ଇନ୍ଦୋରରେ ଲାଲବାଗ୍ ପ୍ୟାଲେସରେ ବସିଥିବା ପ୍ରେମୀଯୁଗଳଙ୍କୁ ଉଠାଇନେଲା ପୋଲିସ । ମାତ୍ର ଥାନାରେ ପଚରାଉଚରା ପରେ ଝିଅଙ୍କ ବୟାନ ଆଧାରରେ ଉଭୟଙ୍କୁ ଛାଡିଦେଇଛି ପୋଲିସ ।

ସୂଚନା ଅନୁସାରେ ଇନ୍ଦୋର ଲାଲବାଗ୍ ପ୍ୟାଲେସରେ ବସିଥିଲେ ପ୍ରେମୀଯୁଗଳ । ସେଠାରେ କିଛି ଖରାପ କାମ ଚାଲିଥିବା ଖବବ ମିଳିବା ପରେ ପୋଲିସ ଲାଲବାଗ ପ୍ୟାଲେସରେ ପହଞ୍ଚିଥିଲା । ସେଠାରେ ବସିଥିବା ପ୍ରେମୀଯୁଗଳଙ୍କୁ ଧରିପକାଇ ଥିଲା ପୋଲିସ । ଉଭୟଙ୍କୁ ଧରିବା ପରେ ପୋଲିସ ଥାନାକୁ ନେଇଯାଇଥିଲା ।

ଥାନା ଅଧିକାରୀ ଯେତେବେଳେ ଝିଅଙ୍କୁ ପଚରାଉଚରା କରିବା ଆରମ୍ଭ କଲେ ସେତେବେଳେ ଯୁବତୀ ଜଣଙ୍କ କହିଲେ, ‘ପଚରାଉଚରା ପରେ କରିବ ଆଗ ମୋର ପରିଚୟପତ୍ର ଦେଖିନିଅ ।’ ପ୍ରକୃତରେ ଝିଅ ଜଣଙ୍କ ସାବାଳିକା ଥିଲେ ଏବଂ ସେ କହିଥିଲେ ଯେ, ସେମାନେ ସେଠାକୁ ବୁଲିବାକୁ ଆସିଥିଲେ । କିଛି ଖରାପ କାମ ସେମାନେ ସେଠାରେ କରୁନଥିଲେ । ଏହା ଶୁଣିବା ପରେ ପୋଲିସ ସେମାନଙ୍କୁ ଛାଡିଦେଇଥିଲା ।

   Related Posts