Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଚିନ୍ତା ଥିଲା ଭୋକର, ଭୟ ଥିଲା ଆକ୍ରମଣର : ଚେନ୍ନାଇରୁ ସାଇକେଲରେ ଜଗତସିଂହପୁର ଆସିଲେ ଦମ୍ପତି, ପହଞ୍ଚିବାକୁ ଲାଗିଲା ୧୭ ଦିନ

26/05/2020 at 1:18 PM

ଜଗତସିଂହପୁର ୨୬।୦୫: ଚେନ୍ନାଇରୁ ସାଇକେଲ୍‌ ଯୋଗେ ଦୀର୍ଘ ୧୭ ଦିନ ଯାତ୍ରା କରିବା ପରେ ଜଗତସିଂହପୁରରେ ଆସି ପହଞ୍ଚିଛନ୍ତି ଏକ ଦମ୍ପତି-ଉଦୟ କିରଣ ଓ ମମତା ଦାସ । ଏକ ହଜାର କିଲୋମିଟରରୁ ଅଧିକ ଲମ୍ବା ରାସ୍ତା ପାର୍‌ କରିବା ସମୟରେ ପତି ପତ୍ନୀ ଦୁହେଁ ରାସ୍ତାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୋମବାର ସନ୍ଧ୍ୟାରେ ଜଗତସିଂହପୁରରେ ପହଞ୍ଚିବା ପରେ ଉଭୟଙ୍କୁ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଦୁହିଁଙ୍କ ସାହସ ଓ ମନୋବଳକୁ ଅଞ୍ଚଳର ଲୋକେ ପ୍ରଶଂସା କରିଛନ୍ତି ।

ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁଁ ସେମାନେ ଚେନ୍ନାଇରେ ଫସି ଯାଇଥିଲେ । ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ମାର୍‌ପିଟ୍‌ କରଯାଉଥିବା ଖବର ଶୁଣି ସେମାନଙ୍କ ମନରେ ଭୟ ପଶି ଯାଇଥିଲା । ଏଣେ ପୁଣି କମ୍ପାନୀ ବନ୍ଦକୁ ଦରମା ନଥିଲା । ଖାଇବା, ଚଳିବା କଷ୍ଟକର ହୋଇ ପଡ଼ିବା ଭିତରେ ପକେଟରୁ ସଞ୍ଚିତ ଅର୍ଥ ସରିବାକୁ ଲାଗିଥିଲା । ତେଣୁ ଭଗବାନଙ୍କୁ ଡାକି ଗୋଟିଏ ସାଇକେଲ୍‌ ଧରି ଘରମୁହାଁ ହୋଇଥିଲେ ଏହି ପ୍ରବାସୀ ଦମ୍ପତି । ଉଭୟଙ୍କ ଘର ବାଲିକୁଦା ବ୍ଲକର ଆମ୍ବଶାଳ । ଚେନ୍ନାଇରେ ରହି ସିଆର୍‌ପି କମ୍ପାନୀରେ ସେ କାମ କରୁଥିଲେ । ମାତ୍ର କରୋନା ସଂକ୍ରମଣ ସାଙ୍ଗକୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିବାରୁ ସେମାନଙ୍କ ଜୀବନ ଜୀବିକା ଉଚ୍ଛନ୍ନ ହୋଇପଡ଼ିଥିଲା । ମାନସିକ ଭାବେ ଦୁହେଁ ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ଫେରିବା କଥା ଚିନ୍ତା କରିଥିଲେ । ତେବେ ଗାଡ଼ି ମୋଟର ଚାଲୁ ନଥିବାରୁ ଯିବେ କେମିତି ଭାବିବା ଭିତରେ ଦୁଇ ମାସ ବିତି ଯାଇଥିଲା ।

ଶେଷରେ ସାଇକେଲ୍‌ ଉପରେ ଭରସା କରି ହଜାରେରୁ ଅଧିକ କିମି ଯାତ୍ରା କରିବାକୁ ନିଷ୍ପତ୍ତି ନେଇ ୧୭ ଦିନ ତଳୁ ଚେନ୍ନାଇ ଛାଡ଼ିଥିଲେ । ଗୋଟିଏ ସାଇକେଲ୍‌ରେ ଦୁହେଁ ଆଜି ରାତି ସାଢ଼େ ଆଠଟା ବେଳେ ଜଗତସିଂହପୁର ଟାଉନ୍‌ରେ ପହଞ୍ଚିଥିଲେ । ସେମାନଙ୍କୁ ରାସ୍ତାରେ କିଛି କିଛି ସ୍ଥାନରେ ଲୋକେ ଖାଇବାକୁ ଦେଇଥିଲେ । ପୁଲିସ ଏମାନଙ୍କ ଆସିବା ଖବର ପାଇ ଆମ୍ବୁଲାନ୍ସକୁ ଖବର କରିଥିଲେ । ତତ୍‌କାଳ ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ଭିଏମ୍‌ କଲେଜକୁ ନିଆଯାଇଥିବା ଖବର ମିଳିଛି । ଏଠାରେ ନାମ ପଞ୍ଜିକରଣ କରାଯିବା ପରେ ଦମ୍ପତିଙ୍କୁ ସେମାନଙ୍କ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ । ପ୍ରତିଦିନ ପ୍ରାୟ ୬୦ କିମି ସାଇକେଲ୍‌ ଚଳାଇ ଦୁହେଁ ଗାଁରେ ପହଞ୍ଚିଥିବା ଜଣାଇଛନ୍ତି ।

   Related Posts