ନିଆଁରେ ପୋଡି ହୋଇ ସ୍ବାମୀ ଓ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | February 08, 2019 IST

ନୟାଗଡ ୮|୨: ନିଆଁରେ ପୋଡି ହୋଇ ସ୍ବାମୀ ସ୍ତ୍ରୀ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ବ୍ରାହ୍ମଣ ସାହିରେ । ଉଭୟଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି ।  କୃଷ୍ଣ ଚନ୍ଦ୍ର ଡାକୁଆଙ୍କ ଘରୁ ଗତକାଲି ସନ୍ଧ୍ୟାରେ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା । ସାହି ଲୋକେ ଘର ଭିତରେ ଦମ୍ପତ୍ତିଙ୍କୁ ଉଦ୍ଧାର କରିଥିଲେ ।  କୃଷ୍ଣଙ୍କ ପତ୍ନୀଙ୍କ ଦେହରେ କୈ।ଣସି କାରଣରୁ ରୋଷେଇ ଘରେ ଥିବାବେଳେ ନିଆଁ ଲାଗିଯାଇଥିଲା । ତାଙ୍କ ଦେହରେ ପ୍ରାୟ ୭୦ ପ୍ରତିଶତ ପୋଡିଯାଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ କୃଷ୍ଣଙ୍କର ହାତ, ମୁହଁ ଏବଂ ଦେହରେ କିଛି ଅଂଶ ପୋଡିଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.