Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସ୍ବାମୀଠାରୁ ସ୍ତ୍ରୀ ୨ ଫୁଟ୍ ଡେଙ୍ଗା, ଦମ୍ପତ୍ତିଙ୍କ ମଧ୍ୟରେ ଉଚ୍ଚତା ବ୍ୟବଧାନର ସର୍ବାଧିକ ରେକର୍ଡ

24/06/2021 at 5:54 PM

ଲଣ୍ଡନ ୨୪/ ୦୬ : ଭଲପାଇବା ଅନେକ କିଛି ଶିକ୍ଷା ଦେଇଥାଏ । ଭଲପାଉଥିବା ମଣିଷଟିକୁ ପାଇବାକୁ ବେଶ କିଛି କସରତ ମଧ୍ୟ କରିବାକୁ ପଡିଥାଏ । ଅନେକ ସମୟରେ ଯାହାକୁ ଆମେ ଚାହାନ୍ତି ସେ ଭାଗ୍ୟରେ ନଥାଏ । ଏହା ଆମକୁ ପ୍ରତିଦିନ ମନେପକାଇଥାଏ ଯେ, ଆମକୁ କିଏ ଭଲପାଇବ ତାହା ଆମେ ନିଜେ ବାଛିପାରିବା ନାହିଁ ଏବଂ ତାହାହିଁ ଭଲ ପାଇବାର ସୁନ୍ଦରତା ।

James and Chloe Lusted showing their certificate split image

ସେହିଭଳି ଦମ୍ପତ୍ତି ହେଉଛନ୍ତି ଇଂଲଣ୍ଡର ଜେମସ୍ ଏବଂ ଲୋଏ ଲୁଷ୍ଟେଡ୍ । ଉଭୟଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା । ୩୩ ବର୍ଷୀୟ ଜେମସ୍ ପେଶାରେ ଜଣେ କଳାକାର ଓ ଉପସ୍ଥାପକ ଏବଂ ୨୭ ବର୍ଷୀୟା ଲୋଏ ଜଣେ ଶିକ୍ଷୟିତ୍ରୀ । ନିକଟରେ ଉଭୟ ଏକ ରେକର୍ଡ ଭାଙ୍ଗି ନୂଆ ବିଶ୍ବ ରେକର୍ଡ ତିଆରି କରିଛନ୍ତି । ବିବାହିତ ଦମ୍ପତ୍ତିମାନଙ୍କ ମଧ୍ୟରୁ ଉଚ୍ଚତା ପାର୍ଥକ୍ୟରେ ରେକର୍ଡ କରିଛନ୍ତି ଉଭୟ ।

ଜେମସ୍‌ଙ୍କ ଉଚ୍ଚତା ୩ ଫୁଟ୍ ୭ ଇଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଉଚ୍ଚତା ହେଉଛି ୫ ଫୁଟ୍ ୪ ଇଞ୍ଚ । ଉଭୟଙ୍କ ମଧ୍ୟରେ ଉଚ୍ଚତା ପାର୍ଥକ୍ୟ ୨ ଫୁଟ୍ । ଜେମସ୍‌ଙ୍କର ଏକ ବିରଳ ପ୍ରକାରର ଡାଇଷ୍ଟ୍ରୋଫିକ୍ ଡିସପ୍ଲେସିଆ ରୋଗ ରହିଛି । ଏକ ଜେନେଟିକ୍ ବ୍ୟାଧି ଯାହା ହାଡ ଏବଂ କାର୍ଟିଲେଜ୍ ବିକାଶକୁ ପ୍ରଭାବିତ କରିଥାଏ । ତାଙ୍କର ଓ୍ବାରଫିଜିମ କାରଣରୁ, ସେ ଭବିଷ୍ୟତରେ କେବେ ବିବାହ କରିପାରିବେ କି ନାହିଁ ସେ ନେଇ ଚିନ୍ତାରେ ପଡିଯାଇଥିଲେ । ତଥାପି ସେ ନିଜ ଜୀବନକୁ ପୂର୍ଣ୍ଣ ଭାବରେ ବଞ୍ଚିବାକୁ ଚାହୁଁଥିଲେ ।

James-and-Chloe-Lusted-standing-in-front-of-the-sea.jpg

ଉଭୟଙ୍କ ଭେଟ ହୋଇଥିଲା ୨୦୧୨ ମସିହାରେ । ଜେମସ୍‌ଙ୍କ କିଛି ବନ୍ଧୁ ଲୋଏଙ୍କ ସହିତ ତାଙ୍କର ପରିଚୟ କରାଇଥିଲେ । ପ୍ରଥମ ଦେଖାରେ ହିଁ ଉଭୟ ଉଭୟଙ୍କ ପ୍ରେମରେ ପଡିଯାଇଥିଲେ । ଲୋକମାନେ କଣ ଭାବିବେ ସେ ନେଇ ଆଦୌ ଭୟ କରିନଥିଲେ ବୋଲି କହିଛନ୍ତି ଲୋଏ । ୨୦୧୬ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ବର୍ତ୍ତମାନ ତାଙ୍କର ୨ ବର୍ଷର ଝିଅ ମଧ୍ୟ ରହିଛି, ନାଁ ରଖିଛନ୍ତି ଓଲିଭିଆ ।

james and chloe walking across the beach with daughter olivia

   Related Posts