Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମଦ ବ୍ୟବସାୟକୁ ବିରୋଧ କରିବାରୁ ଦମ୍ପତ୍ତିଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି

18/12/2019 at 2:51 PM

ଭଦ୍ରକ ୧୮।୧୨: ମଦ ବିକ୍ରିକୁ ବିରୋଧ କରିବାରୁ ଦମ୍ପତ୍ତିଙ୍କୁ ଆକ୍ରମଣ କଲେ ଚୋରା ମଦ ବେପାରୀ । ଆହତ ଅବସ୍ଥାରେ ଦମ୍ପତ୍ତିଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ତରପଦା ଗ୍ରାମରେ ଜନୈକ ବ୍ୟକ୍ତି ଚୋରା ମଦ ବେପାର କରି ଆସୁଥିଲେ । ଏହି ମଦ ବେପାର ଯୋଗୁଁ ଗାଁରେ ବହୁ ଅସାମାଜିକ ଲୋକଙ୍କ ଗହଳି ଲାଗୁଛି । ଦିନ ଠୁ ରାତି ସବୁବେଳେ ଲୋକ ମଦ ପିଇବାକୁ ଆସି ନିଶାଗ୍ରସ୍ତ ଅବସ୍ଥାରେ ରହି ଗାଁର ଲୋକଙ୍କୁ ଅଶୋଭନୀୟ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଉକ୍ତ ଗ୍ରାମର ଶ୍ରୀଧର ଜେନା ଓ ଉଷା ଜେନା ଚୋରା ମଦ ବେପାରକୁ ବାରମ୍ବାର ବିରୋଧ କରି ଆସୁଥିଲେ । ଉଷା ଜେନା ମଦ ବେପାରକୁ ବିରୋଧ କରିବାରୁ ତାଙ୍କୁ ମଦ ବେପାର କରୁଥିବା ପରିବାର ଲୋକ ମିଶି ଉଷାଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ସ୍ତ୍ରୀଙ୍କୁ ମାଡ ହେଉଥିବା ଖବର ପାଇ ସ୍ବାମୀ ଆସି ଛଡାଉଥିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଦମ୍ପତ୍ତି ଆହତ ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଆହତ ଦମ୍ପତ୍ତି ।

   Related Posts