୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ

Published By : Prameya-News7 Bureau | April 19, 2021 IST

ନବରଙ୍ଗପୁର ୧୯।୪: ୧୦ ଦିନ ପରେ ବଜିଥାନ୍ତା ସାହାନାଇ । ରୋଷଣୀ ଧରି ଆସିଥାନ୍ତା ବର । କିନ୍ତୁ ବାହାଘରର ୧୦ ଦିନ ପୂର୍ବରୁ ଯୁବତୀ ନେଲେ ଚରମ ନିଷ୍ପତ୍ତି । ସେ ଭଲ ପାଉଥିବା ମନର ମଣିଷ ତଥା ନିଜ ପ୍ରେମିକ ସହ କଲେ ଆତ୍ମହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଞ୍ଚଳର ମୂର୍ତ୍ତୁମା ଗାଁର ଯୁବତୀ ଜଣେ ଯୁବକଙ୍କ ସହ ମିଶି ଗାଁ ମୁଣ୍ଡ ଏକ ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଗଛ ମୂଳରୁ କିଛି କେକ୍, ୩ଟି କୀଟନାଶକ ବୋତଲ ଯୁବତୀଙ୍କ ଚପଲ ସହ ଏକ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଯୁବତୀଙ୍କ ବାହାଘର ଉମରକୋଟ ବ୍ଲକ୍ ସୁକିଗାଁ ପଞ୍ଚାୟତର ଡ଼ାବିଡିଗୁଡ଼ା ଗ୍ରାମରେ । କିନ୍ତୁ ବାହାଘରକୁ ଆଉ ମାତ୍ର ୧୦ ଦିନ ବାକି ରହିଥିବା ବେଳେ ଯୁବତୀ ନିଜ ପ୍ରେମିକ ସହ ମିଶି ଆତ୍ମହତ୍ୟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.