‘ଚିଟି ପାଟା’ ନାଁରେ ଲକ୍ଷାଧିକ ଟଙ୍କା ଠକେଇ : ଦମ୍ପତ୍ତି ଗିରଫ

Published By : Prameya-News7 Bureau | October 12, 2019 IST

ନବରଙ୍ଗପୁର ୧୨|୧୦: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଲୋକଙ୍କ ଟଙ୍କାକୁ ବିଭିନ୍ନ ବାହାନାରେ ଆଦାୟ କରି ଠକମାନେ ଟଙ୍କା ନେଇ ଫେରାର ହୋଇଯାଉଛନ୍ତି। ଏହିଭଳି ଏକ ଘଟଣାରେ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ୨୦୧୭ ମସିହାରୁ ଫେରାର ହୋଇଯାଇଥିବା ଦମ୍ପତ୍ତିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

{"id":169250}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସୌରା ସାହି ସ୍ଥିତ ବି.ମାଙ୍ଗା ଓ ସ୍ବାମୀ ବି.ଭେଙ୍କେଟ ରାଓ ନାମକ ଦମ୍ପତ୍ତି ସହରର ବିଭିନ୍ନ ଲୋକଙ୍କୁ ନେଇ ୧୫ ଜଣିଆ ଗ୍ରୁପ କରି ଟଙ୍କା ଆଦାୟ କରୁଥିଲେ । ସଂସ୍ଥାର ନିୟମ ଅନୁସାରେ ପ୍ରତି ମାସରେ ଗ୍ରୁପର ଜଣେ ସଦସ୍ୟଙ୍କୁ ଟଙ୍କା ପ୍ରଦାନ କରାଯାଉଥିଲା । ଏହିଭଳି ଚାଲୁଥିବା ସମୟରେ ୨୦୧୭ ମସିହାରେ ସମସ୍ତ ଗ୍ରୁପ ସଦସ୍ୟମାନଙ୍କଠାରୁ ଟଙ୍କା ଆଦାୟ କରି ଦମ୍ପତ୍ତି ଦୁଇଜଣ ଫେରାର ହୋଇଯାଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଚାଲିଯାଇଥିଲେ। ଗତକାଲି ଦମ୍ପତ୍ତି କୌଣସି କାମରେ ନବରଙ୍ଗପୁର ଆସିଥିବା ବେଳେ ଗ୍ରୁପ ସଦସ୍ୟ ମାନଙ୍କଠାରୁ ଖବର ପାଇ ନବରଙ୍ଗପୁର ପୋଲିସ ସେମାନଙ୍କୁ ଧରି ଥାନାରେ ଅଟକ ରଖି ପଚରା ଉଚାରା ପରେ କୋର୍ଟ ଚାଲାଣ କରିଛି । ଆଇ. ରାଜଲକ୍ଷ୍ମୀ ନାମକ ଗ୍ରୁପ ସଦସ୍ୟାଙ୍କ ଏତଲାକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଦଫା ୪୦୯ ଓ ୪୨୦ ଲଗାଇ ଦମ୍ପତ୍ତିଙ୍କୁ କୋର୍ଟ ଚାଲାଣ କରିଛି।

{"id":169251}

ଏହା ପୂର୍ବରୁ ନବରଙ୍ଗପୁର ଗାଦୁଆ ଗୁଡାର ଏକ ପରିବାର ଏହିଭଳି ଲୋକଙ୍କ ଟଙ୍କାକୁ ‘ଚିଟି ପାଟା’ ରେ ଆଦାୟ କରି ଫେରାର ହୋଇଯାଇଥିବା ବେଳେ ବାସୁ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ନବରଙ୍ଗପୁର ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.